କଟକ ରେଳ ଷ୍ଟେସନ୍ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

Key Points
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ମାଲଗାଡିର ୩ ଟି ୱାଗନ ଲାଇନଚ୍ୟୁତ
ଭଦ୍ରକ - କଟକ - ବିଶାଖାପାଟଣାରେ କୌଣସି ବାଧା ନାହିଁ
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । କଟକ ରେଳ ଷ୍ଟେସନ୍ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ପାରାଦୀପ ଅଭିମୁଖେ ଯାଉଥିବାବେଳେ ମାଲବାହୀ ଟ୍ରେନ୍ ର 3ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି ।
ରୁଟ୍ ନମ୍ବର ୮ ଲୁପ୍ ଲାଇନରେ ମାଲଗାଡିର ୩ ଟି ୱାଗନ ଲାଇନଚ୍ୟୁତ ହୋଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଖବର ପାଇ ତୁରନ୍ତ ରେଳବାଇ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଏହା ଯୋଗୁଁ ଯାତ୍ରୀବାହି ଟ୍ରେନ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନାହିଁ।
📱 Get Argus News App
✨ମୁଖ୍ୟ ଲାଇନ (ଭଦ୍ରକ - କଟକ - ବିଶାଖାପାଟଣା) ରେ କୌଣସି ବାଧା ନାହିଁ ଏବଂ ଏହା କାର୍ଯ୍ୟକ୍ଷମ ରହିଛି। ପାରାଦ୍ୱୀପ ଅଭିମୁଖେ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇନାହିଁ। ରିଲିଫ ଟ୍ରେନ ସହ ମେସିନ୍, ସାମଗ୍ରୀ ଏବଂ ମାନବ ସମ୍ବଳ ତତକ୍ଷଣାତ ନିୟୋଜିତ କରାଯାଇଛି ଏବଂ ୟାର୍ଡରେ ଲୁପ୍ ଲାଇନକୁ ଶୀଘ୍ର ପୁନଃସ୍ଥାପିତ କରାଯିବ ବୋଲି ପୂର୍ବତନ ରେଳବାଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା।