Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋପାଳପୁର ଗଣଦୁଷ୍କର୍ମ ଘଟଣା ; ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଗୋପାଳପୁର ଗଣଦୁଷ୍କର୍ମ ଘଟଣା ; ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Key Points

ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଶାଖା ଏହାର ତଦନ୍ତ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟାରୁ ରାତି ସାଢେ 11 ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ କରିଥିବା ସୂଚନା। ଏହା ସହ ଅଭିଯୁକ୍ତଙ୍କୁ ଦୀର୍ଘ ସମୟ ପର୍ଯନ୍ତ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ।

ଗୋପାଳପୁର ବେଳାଭୂମିରେ ଗତକାଲି ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏହି ଘଟଣାକୁ ରେଡ୍‌ ଫ୍ଲାଗ୍ ଶ୍ରେଣୀରେ ସାମିଲ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଶାଖା ଏହାର ତଦନ୍ତ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟାରୁ ରାତି ସାଢେ 11 ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ କରିଥିବା ସୂଚନା। ଏହା ସହ ଅଭିଯୁକ୍ତଙ୍କୁ ଦୀର୍ଘ ସମୟ ପର୍ଯନ୍ତ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ।


ଅଭିଯୁକ୍ତଙ୍କ ସହ କ୍ରାଇମ ବ୍ରାଞ୍ଚର ମହିଳା ଟିମ ଘଟଣା ସମ୍ପର୍କରେ ପଚରା ଉଚରା କରିଥିବା ଜଣାପଡିଛି। ପ୍ରଥମେ ଗୋପାଳପୁର ଥାନା ପରେ ଗୋପାଳପୁର ବେଳାଭୂମି ସ୍ଥିତ ଘଟଣାସ୍ଥଳ ଶେଷରେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ। ଏହାପରେ ବିଳମ୍ବିତ ରାତିରେ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ବେଳେ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gopalpur gang rape incident; Crime Branch takes charge of investigation into the incident | Argus News