Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋପାଳପୁର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତର ଜାମିନ ଖାରଜ

Banajyotshna Ray
Browse all articles by Banajyotshna Ray
·10 months ago
ଗୋପାଳପୁର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତର ଜାମିନ ଖାରଜ

Key Points

ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା

ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଖାରଜ

ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଖାରଜ। ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଆବେଦନ ଏଡିଜେ -୨ କୋର୍ଟରେ ଖାରଜ ହୋଇଯାଇଛି I ଓମ୍‌ର ଓକିଲ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ | ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ I  


ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଜ୍ ଜାମିନ ଖାରଜ କରିଥିବା ଜଣାପଡିଛି | ଗଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥ୍‌ଲା | ହେଲେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେବା ପରେ କୋର୍ଟରେ ଚାର୍ଜସିଟ ଦାଖଲ ବେଳେ ଓମ୍ ନାମରେ ଚାର୍ଜସିଟ ଦାଖଲ କରିନଥିଲା I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gopalpur gangrape case, accused's bail rejected || Argus News | Argus News