ଗୋପାଳପୁର ଗଣଦୁଷ୍କର୍ମ ମାମଲା;ପିଡ଼ୀତାଙ୍କ ଶରୀରର କ୍ଷତ ଓ ଚିହ୍ନ ଦୁଷ୍କର୍ମର ବଡ଼ ପ୍ରମାଣ

Key Points
ଗୋପାଳପୁର ଗଣଦୁଷ୍କର୍ମ ମାମଲା
ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍
ଅଭିଯୁକ୍ତମାନେ ବ୍ୟବହାର କରିଥିଲେ ଗର୍ଭନିରୋଧକ
ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆସିଲା ଆଉ ଏକ ଅପଡେଟ୍ । । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତମାନଙ୍କର ଟିଆଇ ପ୍ୟାରେଡ ସହ ରିମାଣ୍ଡ ନିମନ୍ତେ କୋର୍ଟରେ ଆବେଦନ କରିଥିବା ସୂଚନା ରହିଛି । ଟିଆଇ ପ୍ୟାରେଡରେ ଅଧିକ ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ଆବେଦନ କରିଛି । କ୍ରାଇମବ୍ରାଞ୍ଚ ଟିମର ତଦନ୍ତକାରୀ ଅଧିକାରୀ ପହଞ୍ଚି ଟିଆଇ ପ୍ୟାରେଡ ପାଇଁ ଆବେଦନ କରିଛନ୍ତି । ଆବେଦନକୁ କୋର୍ଟ ଗ୍ରହଣ କରିବା ପରେ ଅଭିଯୁକ୍ତଙ୍କ ଆଗରେ ଅଭିଯୋଗକାରୀଙ୍କୁ ରଖି ଅଧିକ ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍ ।
ସେପଟେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୀଡିତା । ପୀଡିତାଙ୍କ ବୟାନ ଅନୁସାରେ ଅଭିଯୁକ୍ତମାନେ ଗର୍ଭନିରୋଧକ ବ୍ୟବହାର କରିଥିଲେ। ତେବେ ତାଙ୍କ ଶରୀରରେ ଯେଉଁ କ୍ଷତ ଓ ଚିହ୍ନ ରହିଛି ତାହା ଦୋଷୀଙ୍କ ବିରୋଧରେ ପ୍ରମାଣ ହେବ ବୋଲି କହିଛନ୍ତି MKCG ହସ୍ପିଟାଲ FMT ମୁଖ୍ୟ।
📱 Get Argus News App
✨ଉଭୟ ପୀଡ଼ିତା ଏବଂ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇ ଦିଆଯାଇଛି। ବ୍ରହ୍ମପୁର MKCG ହସ୍ପିଟାଲ୍ FMT ମୁଖ୍ୟ ପ୍ରଫେସର ସୂଦୀପ୍ତା ଦାଶ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ASFL ଏବଂ RFSLର DNA ଟେଷ୍ଟ ପାଇଁ ନମୁନା ପଠାଯାଇଛି। ରିପୋର୍ଟ କେଶର ଆଓଙ୍କ ଜରିଆରେ କୋର୍ଟକୁ ଆସିଯିବ। ଏହାଦ୍ୱାରା ପୀଡିତା ଏବଂ ଅଭିଯୁକ୍ତ ଙ୍କ ରିପୋର୍ଟରେ ପ୍ରମାଣ ସଂଗ୍ରହ ହୋଇପାରିବ ।