Videos
|
Odisha

ମେଂଟ ଚର୍ଚ୍ଚା ଭିତରେ ଗୋପାଳପୁର ବିଧାୟକଙ୍କ ବିସ୍ଫୋରକ ବୟାନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟ ଚର୍ଚ୍ଚା ଭିତରେ ଗୋପାଳପୁର ବିଧାୟକଙ୍କ ବିସ୍ଫୋରକ ବୟାନ

Key Points

  • ପ୍ରଦୀପଙ୍କ ବିସ୍ଫୋରକ ବୟାନ
  • କହିଲେ ୪୦ ଦିନ ପରେ ବିଜେପିର ଥିବ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମେଂଟ ଚର୍ଚ୍ଚା ଭିତରେ ଗୋପାଳପୁର ବିଧାୟକଙ୍କ ବିସ୍ଫୋରକ ବୟାନ । ସିଧାସିଧା କହିଲେ, ଆଉ ମାତ୍ର ୪୦ ଦିନର ଅପେକ୍ଷା । ଏହାପରେ ମୁଖ୍ୟମନ୍ତ୍ରୀ ବିଜେପିର ଥିବ । ଅର୍ଥାତ୍‌ ବିଜେପି ରାଜ୍ୟରେ ସରକାର କରିବ । ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାରେ ବିରାମ ଟାଣିଥିଲେ । ଆଉ ଏବେ ପ୍ରଦୀପଙ୍କର ଏମିତି ପ୍ରତିକ୍ରିୟା ପରେ ରାଜ୍ୟ ରାଜନୀତିରେ ଜୋର ଧରିଲାଣି ଚର୍ଚ୍ଚା ।

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ମେଂଟ ଚର୍ଚ୍ଚା ବି ସେତିକି ସେତିକି ବଢିବାରେ ଲାଗିଛି । ହେଲେ ଆଜି ଦିଲ୍ଲୀରୁ ଫେରିବା ପରେ ମନମୋହନ ଯେଉଁ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ ସ୍ପଷ୍ଟ ଭାବରେ ଶ୍ରୀ ସାମଲ କହିଛନ୍ତି, ରାଜ୍ୟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଆମେ ଏକାକୀ ନିର୍ବାଚନ ଲଢିବୁ ଓ ସରକାର କରିବୁ । ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ବି ମିଟିଂ ହୋଇଥିବା ନେଇ ଚର୍ଚ୍ଚା ହେଲା । ଆଉ ଚର୍ଚ୍ଚା ଭିତରେ ନୂଆନୂଆ ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର । 

ମେଣ୍ଟ ଚର୍ଚ୍ଚାରେ ଲାଗିଲା କି ବ୍ରେକ୍‌ ? କାରଣ ଗତ ସପ୍ତାହେରୁ ଅଧିକ ସମୟ ହେଲାଣି ରାଜ୍ୟରେ ବିଜେପି-ବିଜେଡି ମେଂଟ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କେତେବେଳେ ବିଜେପି ନେତା ଦିଲ୍ଲୀ ଗସ୍ତ କରୁଛନ୍ତି ତ ଆଉ କେତେବେଳେ ବିଜେଡି ନେତା ଗସ୍ତ କରୁଛନ୍ତି ଦିଲ୍ଲୀ । ଖାଲି ଗସ୍ତ କରୁଛନ୍ତି ତାହା ନୁହେଁ ବରଂ ମେଂଟ ନେଇ ଆଲୋଚନା ବି ହେଉଛି । ହେଲେ ଏହାରି ଭିତରେ ଯେମିତି ବିଜେପିର ଆଗଧାଡ଼ିର ନେତା ପ୍ରତିକ୍ରିୟା ରଖୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Gopalpur MLA Pradeep Panigrahi | Argus News