Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gosani jatra / କାକୁଡିଖାଇଙ୍କୁ ଆଜି ବିସର୍ଜନ; ଆସନ୍ତାକାଲି ଏକାଦଶୀ ତିଥିରେ ହେବ ଗୋଷାଣି ଯାତ୍ରା

Smruti Parija
Browse all articles by Smruti Parija
·9 months ago·2 min read
କାକୁଡିଖାଇଙ୍କୁ ଆଜି  ବିସର୍ଜନ; ଆସନ୍ତାକାଲି ଏକାଦଶୀ ତିଥିରେ ହେବ ଗୋଷାଣି ଯାତ୍ରା

Key Points

ବିଜୟା ଦଶମୀରେ ସୁବର୍ଣ୍ଣ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

କାକୁଡିଖାଇଙ୍କୁ ଆଜି ବିସର୍ଜନ

ଆସନ୍ତାକାଲି ଏକାଦଶୀ ତିଥିରେ ହେବ ଗୋଷାଣି ଯାତ୍ରା

ପବିତ୍ର ବିଜୟା ଦଶମୀରେ ସୁବର୍ଣ୍ଣ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ସମ୍ପନ୍ନ ହୋଇଛି ଆୟୁଧ ପୂଜା ନୀତି। ଶ୍ରୀଭୂଜ ଶ୍ରୀପୟର ଲାଗି ଶଙ୍ଖ ଚକ୍ର ଧାରଣ କରିଛନ୍ତି କଳା ଠାକୁର ,ବଡ ଭାଇଙ୍କ ହାତରେ ହଳ ମୁଷଳ । ଦେବୀ ସୁଭଦ୍ରା ଧାରଣ କରିଛନ୍ତି ତଡ଼ାଗି । ଦଶହରାରେ ଦୁର୍ଲଭ ସୁନାବେଶ ଦର୍ଶନ ପାଇ ବେଶ ଭବବିହ୍ଵଳ ଶ୍ରଦ୍ଧାଳୁ ।


ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ପୀଠରୁ ମଣ୍ଡପ ସବୁଠି ଚାଲିଛି ମା ଙ୍କ ଆରାଧନା । ତେବେ ଆଜି ପବିତ୍ର ବିଜୟା ଦଶମୀ ବା ଦଶହରାରେ ଶ୍ରୀମନ୍ଦିରରେ ହୋଇଛି ସ୍ଵତନ୍ତ୍ର ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ୍ ରାଜେଶ୍ୱରୀ ବେଶ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ । କିରିଟି,ଚୂଳ,ଚନ୍ଦ୍ରିକା,ଆଡକାନି,ଚନ୍ଦ୍ରସୂର୍ଯ୍ଯ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ଜଗତ ଠାକୁର । ସକାଳ ଧୂପ ପରେ ଆୟୁଧମାନଙ୍କର ମାଜଣା ପୁଜା ସରିବା ପରେ ମହାପ୍ରଭୁ ଆୟୁଧ ଧାରଣ କରିଛନ୍ତି । ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କର ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ ବୋଲି ବିଶ୍ୱାସ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସକାଳ 5 ଟା 50 ରୁ ହୋଇଥିଲା ଦ୍ଵାର ଫିଟା । 6 ଟା 30 ରେ ମଙ୍ଗଳ ଆଳତି ହେବାପରେ 7 ଟା 40 ସୁଦ୍ଧା ସରିଥିଲା ଅବକାଶ ନୀତି । ଆଉ ତାପରେ ଅନୁଷ୍ଠିତ ହୋଇଥିଲା ସୁନାବେଶ ପାଇଁ ପ୍ରକ୍ରିୟା । ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ମତ ରହିଛି ଯେ ମହାପ୍ରଭୁ ମହିଷ ମର୍ଦ୍ଦୀନିଙ୍କୁ ନିଜ ଆୟୁଧ ଦେଇଥିଲେ ଶତ୍ରୁ ବିନାସନ ପାଇଁ । ସେଥିପାଇଁ ମହାସପ୍ତମୀ ଠାରୁ ଭଣ୍ଡାର ଘରେ ପୂଜା ପାଇଥାନ୍ତି ଆୟୁଧ । ଦଶମୀ ଦିନ ପୁଣି ଅସ୍ତ୍ର ଲେଉଟାଇ ଥାନ୍ତି ମାଆ । ତେଣୁ ପୁଣି ଆୟୁଧ ଧାରଣ କରନ୍ତି ବିଶ୍ଵନିଅନ୍ତା । ପୀଙ୍ଗଣ ରେ ଆୟୁଧ ରଖାଯାଇ ଭିତର ପରିକ୍ରମା ହୁଏ । ପରେ ତାହା ଧାରଣ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି । ତେଣୁ ଦିବ୍ୟ ଦୁର୍ଲଭ ଦର୍ଶନ ପାଇ ଭାବ ବିହ୍ବଳ ହୋଇଥାନ୍ତି ଭକ୍ତ ।


ସେପଟେ ପରମ୍ପରା ମୁତାବକ କାକୁଡିଖାଇଙ୍କୁ ଆଜି ବିସର୍ଜନ କରାଯିବ । ଆସନ୍ତାକାଲି ଏକାଦଶୀ ତିଥିରେ ହେବ ଗୋଷାଣି ଯାତ୍ରା । ଅନ୍ୟପଟରେ ଆସନ୍ତାକାଲି ଠାରୁ ମଧ୍ୟ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତୀକ ନିତୀ । ହାବିଶ୍ୟାଳିଙ୍କ ଆଗମନରେ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି ଚହଳି ।

Related Topics

Explore more stories

Sponsored
Gosani jatra | gosani-yatra-to-be-held-on-ekadashi-tithi-tomorrow | Argus News