Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଲଗାମ, ପୁରୀ ମେଡିକାଲର 10 ଡାକ୍ତରଙ୍କୁ ନୋଟିସ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଲଗାମ, ପୁରୀ ମେଡିକାଲର 10 ଡାକ୍ତରଙ୍କୁ ନୋଟିସ

Key Points

ସାବାଡ ହେବେ କି ଲୋଭୀ ଡାକ୍ତର ?
ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଲଗାମ
ପୁରୀ ମେଡିକାଲର 10 ଡାକ୍ତରଙ୍କୁ ନୋଟିସ

ବିନା ଦରଖାସ୍ତରେ ଅନୁପସ୍ଥିତ ଡାକ୍ତରଙ୍କୁ ମେଡିକାଲ ବୋର୍ଡ ରେ ହାଜର ହେବାକୁ ଚିଠି

ସାବାଡ ହେବେ କି ପ୍ରାଇଭେଟ୍ ପ୍ରାକ୍ଟିସନର ଡାକ୍ତର । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହୁଛନ୍ତି ଡାକ୍ତର ।ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି ।10 ଡାକ୍ତରଙ୍କୁ ମେଡିକାଲ ବୋର୍ଡରେ ହାଜର ହେବାକୁ ଚିଠି କଲେ ସି ଡି ଏମ ଓ ।ସେପଟେ ଜିଲ୍ଲାରେ ପୁରଣ ହୋଇନି 357 ଡାକ୍ତର ପଦବୀ ।ବର୍ଷକରେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେବା ପାଇଛନ୍ତି 38 ଲକ୍ଷ ରୋଗୀ। 552 ମଞ୍ଜୁର ପଦବୀ ଜାଗାରେ ଜିଲ୍ଲାରେ କାମ ଚଳାଉଛନ୍ତି 195 ଡାକ୍ତର । ଅଧାରୁ ଅଧିକ ରେଡ଼ିଓ ଗ୍ରାଫର୍ ପଦବୀ ଖାଲି । ପୁରଣ ହୋଇନି ମଞ୍ଜୁର ପଦବୀ ରୁ 44 ନର୍ସିଂ ଅଫିସର୍ ପଦବୀ ।


କିଏ 10 ବର୍ଷ ତ କିଏ 7ବର୍ଷ ଧରି ଛୁଟିରେ ରହିଛି । କ୍ଲିନିକରେ ରୋଗୀ ଦେଖାରୁ ସମୟ ମିଳୁ ନଥିବାରୁ ମେଡିକାଲକୁ ଆସୁନଥିବା ଅଭିଯୋଗ ହୋଇଛି। ଏମିତିକି ବାୟୋମେଟ୍ରିକ ଉପସ୍ଥାନ ନିୟମର ବି ଖୁଲମଖୁଲା ଖିଲାପ କରୁଛନ୍ତି ସରକାରୀ ଡାକ୍ତର । ଏଭଳି ଅମାନିଆ ଡାକ୍ତରଙ୍କୁ କଡ଼ା ତାଗିଦ୍ କରିଛନ୍ତି ସ୍ବାସ୍ଥ୍ୟ ସଚିବ । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହୁଥିବା 10 ଡାକ୍ତରଙ୍କୁ ମେଡିକାଲ ବୋର୍ଡ ରେ ହାଜର ହେବାକୁ ଚିଠି କରିଛନ୍ତି ପୁରୀ ସିଡିଏମଓ ।

2024-25 ବର୍ଷକ ମଧ୍ୟରେ ଓପିଡି ଚିକିତ୍ସା ପାଇବାକୁ 37 ଲକ୍ଷ 54 ହଜାର 995 ଜଣ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସେ ମଧ୍ୟରୁ 36 ଲକ୍ଷ 95 ହଜାର 422 ଜଣ ଚିକିତ୍ସା ସୁବିଧା ପାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ମେଡିକାଲରେ ଡାକ୍ତରଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । 552 ଡାକ୍ତରଙ୍କ ଜାଗାରେ କାମ ଚଳାଉଛନ୍ତି ମାତ୍ର 195 ଡାକ୍ତର । ସେଭଳି 631 ନର୍ସିଂ ଅଫିସର୍ ରୁ 44 ପଦବୀ ଖାଲି ପଡ଼ିଛି ।18 ରୁ 9 ଟି ରେଡ଼ିଓ ଗ୍ରାଫର ପଦବୀ ଖାଲି ପଡ଼ିଛି । ମେଡିକାଲ ନିୟମ ଖିଲାପକାରି ସ୍ଵାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଡ଼ାକ୍ତର ରହିଛନ୍ତି । ତେବେ ଏହି ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଛାଟ କେମିତି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | Government Action Against Irregular Doctors: 10 Puri Medical College Doctors Served Notice | Argus News | Argus News