ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

Key Points
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ
20 ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ
ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ରାୟଗଡ଼ା କାଶୀପୁର ବ୍ଲକ ମନରେଗା ଟଙ୍କା ଆତ୍ମସାତ୍ ଅଭିଯୋଗ। ୨୦ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ। ଜଳଛାୟା ବିଭାଗର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଓ ୩ ଅଧିକାରୀ ଗିରଫ। କୃଷି ପୋଖରୀ ଖନନ ବାବଦ ଟଙ୍କା ଚଳୁ ନେଇ ଅଭିଯୋଗ ହୋଇଥିଲା। କାଶୀପୁରର ବିଭିନ୍ନ ଗାଁରେ ୨୩ଟି କୃଷି ପୋଖରୀ ନ ଖୋଳି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସେପଟେ ଲାଞ୍ଚ ନେବା ବେଳେ ମାଡି ବସିଲା ପୋଲିସ। ଦୁର୍ନୀତି ଅଭିଯୋଗରେ ତିଗିରିଆ ଥାନାର ସହକାରୀ ଆରକ୍ଷୀ ଉପନିରୀକ୍ଷକ ପ୍ରଦୀପ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ। ଅଭିଯୋଗ ଅନୁସାରେ ଏକ ମାରପିଟ ଘଟଣାର ରଫାଦଫା କରିବାକୁ ପାଞ୍ଚ ଗାଁର ମଣ୍ଟୁ ସ୍ୱାଇଁଙ୍କୁ ଠାରୁ ୫୦୦୦ ଟଙ୍କା ଦାବି କରିଥିଲେ। ଏ ବିଷୟରେ ମଣ୍ଟୁ କଟକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ସକାଳେ ଏଏସଆଇ ବେହେରା ମଣ୍ଟୁଙ୍କ ଠାରୁ ୫୦୦୦ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ଦୁଇ ଜଣ ଡିଏସପି ଙ୍କ ସମେତ ଏକ ୧୦ ଜଣିଆ ଭିଜିଲାନ୍ସ ଦଳ ଏଥିରେ ଭାଗ ନେଇଥିଲେ। ଭିଜିଲାନ୍ସ ଟିମ୍ ଏଏସଆଇ ରହୁଥିବା ଘରେ ଖାନତଲାସ କରିବା ପରେ ଅଧିକ ତଦନ୍ତ କରିବାକୁ ଉଭୟ ଅଭିଯୁକ୍ତ ଓ ଅଭିଯୋଗ କାରୀଙ୍କୁ କଟକ ନେଇ ଯାଇଛନ୍ତି।