Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Scheme / ସରକାରଙ୍କ ବଡ଼ ଘୋଷଣା, ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ସରକାରଙ୍କ ବଡ଼ ଘୋଷଣା, ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା...
Subhadra Scheme

Key Points

ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା
ସରକାର କଲେ ବଡ଼ ଘୋଷଣା
ସରକାର କଲେ ତାରିଖ ଘୋଷଣା । ଏହି ଦିନ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ଏହି ଖବର ଶୁଣି ସବୁ ମହିଳା ଏବେ ଭାରି ଖୁସି। ସୁଭଦ୍ରା ଯୋଜନା ମୋହନ ସରକାରଙ୍କ ଏକ ବଡ଼ ଯୋଜନା, ଯାହା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସଶକ୍ତ କରିଥାଏ। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସମର୍ଥନ କରି ସଶକ୍ତ କରିବା। ସୁଭଦ୍ରାଙ୍କ ନୂତନ ହିତାଧିକାରୀମାନେ ମାର୍ଚ୍ଚ ୮ରେ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏକାଥରେ ଦୁଇଟି କିସ୍ତି ପାଇବା ବିଷୟରେ ସୂଚନା ଦେଇଛନ୍ତି। ସେପଟେ ସୁଭଦ୍ରା ପୋର୍ଟାଲ୍ ମଧ୍ୟ ଖୋଲିସାରିଛି । ନୂତନ ହିତାଧିକାରୀମାନେ ଏନେଇ ଆବେଦନ କରିପାରିବେ। ନୂଆ ଆବେଦନ ପ୍ରକ୍ରିୟା ଗୋଟିଏ ମାସ ଧରି ଚାଲିଛି।

ଏହି ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା ଏବଂ ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ।

ଚତୁର୍ଥ କିସ୍ତି ଟଙ୍କା କେବେ ଆସିବ?

ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଜଲଦି ମିଳିବ। ସୁଭଦ୍ରା ଯୋଜନା ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ମିଳିବ ବୋଲି ସରକାର ଘୋଷମା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Subhadra Scheme | Government’s Big Announcement: Subhadra Scheme Money to Be Credited on This Date | Argus News | Argus News