Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରକୁ ବର୍ଷେ ପୂରିଲା, ୯ ଦିନ କାଳ ଚାଲିବ ଉତ୍ସବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସରକାରକୁ ବର୍ଷେ ପୂରିଲା, ୯ ଦିନ କାଳ ଚାଲିବ ଉତ୍ସବ

Key Points

ବର୍ଷକ ମଧ୍ୟରେ ୨୧ ରୁ ୧୧ ଟି ପ୍ରତିଶ୍ରୁତି ପୂରଣ ।

ଜୁନ ୧୨ ରୁ ଜୁନ ୨୦ ଉତ୍ସବ ମୁଖର ହେବ ସାରା ରାଜ୍ୟ ।

୧୪୦କୋଟି ଦେଶବାସୀଙ୍କ ଜୀବନ ଯାତ୍ରା ସୁଗମ ହୋଇଛି ।

ବର୍ଷକ ମଧ୍ୟରେ ଷଷ୍ଠଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ମୋହନ ସରକାରଙ୍କ ବର୍ଷପୂର୍ତ୍ତିରେ ଯୋଗ ଦେବେ । ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଥିଲା ଓଡ଼ିଶା । ନିର୍ବାଚନ ପ୍ରଚାରରେ ଓଡ଼ିଆ ଲୋକଙ୍କୁ ବିକଶିତ ଓଡିଶାର ଦେଇଥିଲେ ପ୍ରତିଶ୍ରୁତି । ବର୍ଷକରେ ହୋଇଛି କେତେ, କଣ ରହିଛି ବାକି, କେମିତି ହେବ ପୂରଣ, କଣ କହିବେ ମୋଦି ତାକୁ ନେଇ ଚର୍ଚ୍ଚା ଜୋର ।

ଜୁନ ୧୨ରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି । ଆୟୋଜନ ହେଉଛି ବିଶାଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଗାଁଠୁ ସହର ସବୁଠି ଚାଲିବ ଚର୍ଚ୍ଚା ଆଲୋଚନା । ତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ । ନାଚ, ଗୀତ, ନାଟକ ଓ ସିନେମାର ହେବ ମହାପର୍ବ । ବିଜେପି ସରକାରକୁ ବର୍ଷେ ପୁରିବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଜୁନ ୧୨ ରୁ ଜୁନ ୨୦ ଉତ୍ସବ ମୁଖର ହେବ ସାରା ରାଜ୍ୟ ।


ବର୍ଷକ ମଧ୍ୟରେ ୨୧ ରୁ ୧୧ ଟି ପ୍ରତିଶ୍ରୁତି ପୂରଣ କରିଥିବା ରିପୋର୍ଟ କାର୍ଡକୁ ଜନତାଙ୍କ ପାଖରେ ରଖିବେ ସରକାର । ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର ରହିଛି କାର୍ଯ୍ୟକ୍ରମ । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାବାସୀଙ୍କ ଆଗରେ ରଖିବେ ଡବଲ ଇଂଜିନ ସରକାରଙ୍କ ଉପଲବ୍ଧି ।

ସେପଟେ ଶାସନର ୧୧ ବର୍ଷ ପୁରଣ କରିଛନ୍ତି ମୋଦି । ନିଜ ସୋସିଆଲ ମେଡିଆ ଆକାଉଣ୍ଟରେ ମୋଦି କହିଛନ୍ତି ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ଗତ ୧୧ ବର୍ଷ ସମର୍ପିତ । ଏହି ସମୟରେ ଦେଶରେ ଅଭୂତପୂର୍ବ ବିକାଶ ହେବା ସହ ୧୪୦କୋଟି ଦେଶବାସୀଙ୍କ ଜୀବନ ଯାତ୍ରା ସୁଗମ ହୋଇଛି । ଆଗାମୀ ଦିନରେ ବିକଶିତ ଓ ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର ହେବ ।

ଏହି ୧୧ ବର୍ଷରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯୋଗୁଁ କୋଟି କୋଟି ଦେଶବାସୀଙ୍କ ଜୀବନରେ ବାସ୍ତବିକ ପରିବର୍ତ୍ତନ ହୋଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଜନ ଧନ, ଆୟୁଷ୍ମାନ ଭାରତ, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ, ଉଜ୍ଜ୍ବଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଥିଲେ ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ମଧ୍ୟ ସେଇ ବିଶ୍ୱାସ କୁ ବଜାୟ ରଖିବା ଲାଗି ଓଡିଶା ସହ ଚଟାଣ ଭଳି ଛିଡ଼ା ହୋଇଛନ୍ତି । ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେଉ କି ସୁଭଦ୍ରା ସମାରୋହ, କିମ୍ବା ପୋଲିସ ମହାନିର୍ଦ୍ଦେଶକ ଙ୍କ ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆଙ୍କ ପ୍ରତି ଥିବା ଭଲ ପାଇବା ଓ ଆତ୍ମୀୟତାକୁ ପ୍ରତିଥର ଦର୍ଶାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government completes one year, celebrations to continue for 9 days | Argus News