Videos
|
Odisha

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତୀ ସ୍ଥିତି ନେଇ ସରକାରଙ୍କ ତନାଘନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତୀ ସ୍ଥିତି ନେଇ ସରକାରଙ୍କ ତନାଘନା

ସବୁ ଜାଣିଥିଲ ହେଲେ କାହିକି ନିରବ ଥିଲା ? ମୃତ ଛାତ୍ରୀଙ୍କ ଅଭିଯୋଗ ପରେ ବି କାହିଁକି ନେଇନଥିଲା କାର୍ଯ୍ୟାନୁଷ୍ଠାନ ? ଛାତ୍ର ଙ୍କୁ ମାଡ ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ଆଜି କିଟର ୬ ଅଧିକାରୀଙ୍କୁ କିଛି ଏମିତି କିଛି ପ୍ରଶ୍ନ କରିଥିଲେ ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟି। କିଟ୍ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏ ପରେ ଓ ଛାତ୍ର-ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ହାଜର ହୋଇଥିଲେ କିଟ୍ ର ୬ ବରିଷ୍ଠ ଅଧିକାରୀ । ଏମାନଙ୍କ ମଧ୍ୟରେ ଥିଲେ କୀଟ ଓ କିସର ସ୍ପୋର୍ସ ଡାଇରେକ୍ଟର ଜେନେରାଲ ଗଗନେନ୍ଦୁ ଦାସ , ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍‌ସିତା ଶତପଥୀ ଚିଫ ପ୍ରୋକ୍ଟର ପି କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି । ପ୍ରାୟ ୩ଘଣ୍ଟା ଧରି ଜଣେ ପରେ ଜଣେ ଅଧିକାରୀଙ୍କୁ ଡାକି କିଟରେ ଘଟିଥିବା କାଣ୍ଡ ନେଇ ମାରାଥନ ପ୍ରଶ୍ନ କରିଥିଲା କମିଟି । ତେବେ ପକ୍ଷ ରଖି ବାହାରିବା ବେଳେ ଗଣ ମାଧ୍ୟମ ଦେଖି ମୁୁହଁ ଲୁଚାଇ ଚାଲି ଯାଇଥିଲା କିଟ କର୍ମଚାରୀ ।

ସେପଟେ ସାମ୍ବାଦିକ ସମ୍ମିଳନୀ କରି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରିଛି ସୂଚନା ଅଧିକାର ଅଭିଯାନ । ସୂଚନା ଅଧିକାର ଆଇନରେ କିଟ କୌଣସି ତଥ୍ୟ ନ ଦେବା ଓ ଏହି ମାମଲା କୁ ହାଇକୋର୍ଟରେ ତତ୍କାଳୀନ ଆଡଭୋକେଟ ଜେନେରାଲ ଅଶୋକ ପରିଜା କିଟ୍ ପକ୍ଷରୁ ଲଢ଼େଇ କରିବାକୁ ନେଇ ପୂର୍ବ ସରକା କୁ ଘେରିଛନ୍ତି ଆର ଟି ଆଇ କର୍ମୀ। ଏବେ ଅଶୋକ ପରିଜା କିଟର ଚାନସେଲର ଅଛନ୍ତି। ତେବେ କିଟ ଛାତ୍ରୀଙ୍କୁ ଗାଳି ଗୁଲଜ କରିଥିବା ଦୁଇ ମହିଳା କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଜମି ହଡପର ତଦନ୍ତ କରିବାକୁ ଦାବି କରିଛନ୍ତି ଆର ଟି ଆଇ କର୍ମୀ ।

ପୂର୍ବରୁ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ସହ ୮ ଜଣ ହାଜର ହାଇ କମିଟି ଆଗରେ ନିଜ ପକ୍ଷ ରଖି ସାରିଛନ୍ତି । ତେବେ ସମସ୍ତଙ୍କ ବୟାନ ରେକର୍ଡ ପରେ କିଟ ଉପରେ କି କର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Government denial over the death of Nepali student Kiit and the subsequent situation | Argus News