Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Doctors Protest / ଡାକ୍ତରମାନଙ୍କୁ ସରକାର ଦେଲେ ଅଲଟିମେଟମ୍, ରୋଗୀ ସେବା ଯେମିତି ବ୍ୟାହାତ ନହୁଏ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଡାକ୍ତରମାନଙ୍କୁ ସରକାର ଦେଲେ ଅଲଟିମେଟମ୍, ରୋଗୀ ସେବା ଯେମିତି ବ୍ୟାହାତ ନହୁଏ
Doctors Protest

Key Points

ସାଙ୍ଗରେ ସେ ମଧୁମେହ ରୋଗୀଙ୍କୁ ନେଇ ଆସିଥିବାବେଳେ, ଡାକ୍ତରଙ୍କ ଦୁଇ ଘଣ୍ଟିଆ ଆନ୍ଦୋଳନ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି ।

ରାଜ୍ୟରେ ରୋଗୀସେବା ଯେମିତି ବ୍ୟାହତ ନ ହୁଏ ସେଥିପାଇଁ ନାଲିଆଖି ଦେଖାଇଛନ୍ତି ସରକାର । ସାରାରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ ଆନ୍ଦୋଳନ ବିରୋଧରେ ଲଗାଇଛନ୍ତି ESMA । ତଥାପି ଏହାକୁ ଖାତିର କରିନାହିଁ ଡାକ୍ତରୀ ସଂଘ OMSA । ପୂର୍ବଭଳି ସକାଳ ୯ ରୁ ୧୧ OPDରେ ରୋଗୀ ଦେଖୁ ନାହାନ୍ତି ଡାକ୍ତର । ଫଳରେ ପ୍ରବଳ ହଇରାଣ ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ । ଗୁରୁତର ରୋଗୀ OPD ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ାହୋଇ ସେବା ପାଉନଥିବାର ବିକଳ ଚିତ୍ରସବୁ ସାମ୍ନାକୁ ଆସିଛି ।

ଆନ୍ଦୋଳନରେ ଡାକ୍ତର/OPD ବାହାରେ ରୋଗୀ । ଏପଟେ ESMA ଲାଗୁ ସତ୍ବେ, ସରକାରଙ୍କ କଟକଣାକୁ ଖାତିର ନକରି ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ସେପଟେ ସକାଳ ୯ରୁ ୧୧ ଦୁଇଘଣ୍ଟା ଧରି OPD ବାହାରେ ଅପେକ୍ଷା କରିଛନ୍ତି ରୋଗୀ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସକାଳ ୮ଟାରୁ ଆସିଥିବା ଶାନ୍ତି ଜେନା, ରୋଗୀ ସେବା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଉଜଣେ ରୋଗୀଙ୍କ ସଂପର୍କୀୟ ପୃଥ୍ବୀରାଜ ମହାରଣା ବି ସେଇ ସମାନ ଅଭିଯୋଗ କରିଛନ୍ତି । ସାଙ୍ଗରେ ସେ ମଧୁମେହ ରୋଗୀଙ୍କୁ ନେଇ ଆସିଥିବାବେଳେ, ଡାକ୍ତରଙ୍କ ଦୁଇ ଘଣ୍ଟିଆ ଆନ୍ଦୋଳନ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି ।

ସେହିଭଳି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଛି । ବାହାରେ ରୋଗୀ ଲମ୍ବା ଧାଡ଼ି କରି ଅପେକ୍ଷା କରିଛନ୍ତି । ରୁଦ୍ର ରାଉତ ନାମକ ରୋଗୀଙ୍କ ପଞ୍ଜରାରେ ୟନ୍ତ୍ରଣା ହେଉଛି । OPD ଟିକେଟ କରି ପ୍ରବଳ କଷ୍ଟ ଭିତରେ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କଲେଣି । କିନ୍ତୁ କେହି ନାହିଁ ସେଠି ତାଙ୍କ ଦୁଃଖ ଶୁଣିବାକୁ ।

ବଲାଙ୍ଗୀର... ଭଦ୍ରକ... ବାଲେଶ୍ବର... ଆଠଗଡ଼... ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ରୋଗୀ ହଇରାଣ ହେବାର ଖବର । ଡାକ୍ତରୀ ସଂଘର OPD ବନ୍ଦ ଆନ୍ଦୋଳନ ଫଳରେ ଘଣ୍ଟାଘଣ୍ଟା ଧରି ବାହାରେ ଅପେକ୍ଷା କରି ରହୁଛନ୍ତି ଗୁରୁତର ରୋଗୀ । ସେବା ଅବ୍ୟାହତ ରଖିବାକୁ ESMA ଲଗାଇ ଡାକ୍ତରଙ୍କୁ ନାଲିଆଖି ଦେଖାଇଛନ୍ତି ସରକାର। ହେଲେ ଡାକ୍ତରୀ ସଂଘ ଏହାକୁ ଖାତିର କରିନାହିଁ । ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ୧୦ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମସାର ସାଧାରଣ ସଂପାଦକ ଡକ୍ଟର ସଂଜୀବ ପ୍ରଧାନ କହିଛନ୍ତି । ନିୟମ ଅନୁସାରେ ଚିକିତ୍ସା ଭଳି ଜରୁରିକାଳୀନ ସେବା ପ୍ରଭାବିତ ହେଉଥିବାରୁ ESMA ଲାଗୁ କରିପାରିଛନ୍ତି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Government gives ultimatum to doctors, ensure patient care is not disrupted | Argus News