Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷକରେ ୭୩ ହଜାର ୩୪୬ ନିଯୁକ୍ତି ଦେଇଛନ୍ତି ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବର୍ଷକରେ ୭୩ ହଜାର ୩୪୬ ନିଯୁକ୍ତି ଦେଇଛନ୍ତି ସରକାର

Key Points

ନୂଆ କରି ନିଯୁକ୍ତି ପାଇଥିବା ଯନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ପୂର୍ତ୍ତ ବିଭାଗର ।

ଦୁର୍ନୀତି ଉପରେ ସରକାର ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି ।

ଯନ୍ତ୍ରୀଙ୍କ ଦୁର୍ନୀତି ଧରିବାକୁ ଏଣିକି ୱାର୍କ ପାସବୁକ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଖାଲି ସରକାରୀ ପଦ ପୂରଣ ନେଇ ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିଶ୍ରୁତି । ୯୦୭ କନିଷ୍ଠ ଯନ୍ତ୍ରୀଙ୍କ ସହ ୯୬୪ ଅଧିକରୀଙ୍କୁ ମିଳିଲା ନିଯୁକ୍ତି । ନୂଆ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଢ଼ାଇଲେ ସ୍ୱଚ୍ଛତା ଓ ସାଧୁତାର ପାଠ । ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରର ଆଭିମୁଖ୍ୟକୁ କଲେ ସମାଲୋଚନା ।

ଅନୁଷ୍ଠିତ ହୋଇଛି ଡବଲ ଇଞ୍ଜିନ ସରକାରଙ୍କ ଦଶମ ନିଯୁକ୍ତି ମେଳା। ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୯୬୪ ଅଧିକାରୀ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଏମାନଙ୍କ ମଧ୍ୟରେ ଅଛନ୍ତି ୯୦୪ ଜଣ କନିଷ୍ଠ ଯନ୍ତ୍ରୀ। ଏହି ଅବସରେ ଦୁର୍ନତିଠାରୁ ଦୂରେଇ ରହି ଲୋକଙ୍କୁ ନ୍ୟାୟ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ ମୋହନ । କହିଥିଲେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା ମନୋବୃତ୍ତି ଯୋଗୁଁ ନିଯୁକ୍ତି ମାମଲା କୋର୍ଟରେ ଦୀର୍ଘ ବର୍ଷ ପଡିରହୁଥିଲା ।

ନୂଆ କରି ନିଯୁକ୍ତି ପାଇଥିବା ଯନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ପୂର୍ତ୍ତ ବିଭାଗର । ଦୁର୍ନୀତି ଉପରେ ସରକାର ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି । ଯନ୍ତ୍ରୀଙ୍କ ଦୁର୍ନୀତି ଧରିବାକୁ ଏଣିକି ୱାର୍କ ପାସବୁକ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ପ୍ରକଳ୍ପ ପାଇଁ କେତେ ବ୍ୟୟ ଅଟକଳ ହୋଇଛି ତାର ତଥ୍ୟ ସହ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ଜଣାପଡ଼ିବ । ଖର୍ଚ୍ଚ ହୋଇଥିବା ଅର୍ଥ ଅନୁଯାୟୀ ପ୍ରକଳ୍ପ କାମ କେତେ ସରିଛି ତାର ତଥ୍ୟ ମଧ୍ୟ ରହିବ । ପ୍ରଥମେ ପୂର୍ତ୍ତ ବିଭାଗରେ ଲାଗୁ କରାଯିବା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ବିଭାଗରେ ଏହା ଲାଗୁ ହେବ।

ବିଜେପି ସରକାର ଆସିବା ପରେ ଏପର୍ଯ୍ୟନ୍ତ ୨୮ ହଜାର ୩୪୬ ଜଣଙ୍କୁ ସରକାରୀ ନିଯୁକ୍ତି ମିଳିସରିଛି। ଘରୋଇ କ୍ଷେତ୍ରରେ ଏହି ସଂଖ୍ୟା ପ୍ରାୟ ୪୫ ହଜାର। ଏହିପରି ଭାବେ ପ୍ରଥମ ବର୍ଷରେ ମୋଟ ନିଯୁକ୍ତି ୭୩ ହଜାର ୩୪୬ରେ ପହଁଚିଛି। ବେରୋଜଗାରୀ ଦୂର କରିବାକୁ ୫ ବର୍ଷ ଭିତରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government has appointed 73,346 people in the past year. | Argus News