Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୧୬୪ ଏକର ଜମିରେ ବିମାନବନ୍ଦର ନେଇ କହିଲେ ପରିବହନ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧୧୬୪ ଏକର ଜମିରେ ବିମାନବନ୍ଦର ନେଇ କହିଲେ ପରିବହନ ମନ୍ତ୍ରୀ

ପୁରୀ: ପରିବହନ ମନ୍ତ୍ରୀଙ୍କ ବିଧାନସଭା ଉତ୍ତର ସ୍ପଷ୍ଟ କରୁଛି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନେଇ ରାଜ୍ୟ ସରକାର ସିରିଅସ୍ ଅଛନ୍ତି। ପୁରୀରେ ହେବାକୁ ଥିବା ରାଜ୍ୟର ଏହି ପ୍ରଥମ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ୧୧୬୪ ଏକର ଜମିରେ ପ୍ରତିଷ୍ଠା କରାଯିବ। ସେଥିରୁ ୯୪୩ ଏକର ରହିଛି ସରକାରୀ ଜମି ଏବଂ ୨୨୧ ଏକର ଘରୋଇ ଜମି। ସରକାରୀ ଜମି ମଧ୍ୟରେ ୬୮ ଏକର ଜଙ୍ଗଲ ଜମି ବି ରହିଛି। ଯାହାର ପରିବେଶ ମଞ୍ଜୁରୀକୁ କରାଯାଇଛି ଅପେକ୍ଷା। ଏପ୍ରିଲ ପ୍ରଥମ ସପ୍ତାହରେ ସିପ ସରୁବାଲି ଓ ଶଣ୍ଢପୁର ମୌଜାର ୨୨୧ ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି କରାଯିବ । ପ୍ରଭାବିତ ପରିବାର ପାଇଁ ପୁନର୍ବାସ ପ୍ୟାକେଜ ପ୍ରସ୍ତୁତ ହୋଇସାରିଛି। ଯେଉଁଥିରେ ରହିଛି...

ବିସ୍ଥାପନ ଭତ୍ତା ବାବଦକୁ ପ୍ରତି ପରିବାର ପାଇଁ ୫ ଲକ୍ଷ ଟଙ୍କା
ନୂଆ ଘର ନିର୍ମାଣ ପାଇଁ ୩.୩୯ ଲକ୍ଷ ଟଙ୍କାରୁ ଅଧିକ ସହାୟତା ରାଶି
ପରିବହନ ଓ ସ୍ଥାନାନ୍ତର ପାଇଁ ୧.୧୩ ଲକ୍ଷ ଟଙ୍କା
ବର୍ଷେ ପର୍ଯ୍ୟନ୍ତ ଜୀବିକା ନିର୍ବାହ ପାଇଁ ୫୪,୩୦୦ ଟଙ୍କା
ଦୋକାନ ସ୍ଥାପନ ପାଇଁ ୨୫,୦୦୦ ଟଙ୍କା

ସେପଟେ ବିମାନ ବନ୍ଦର ନିର୍ମାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ଏହି ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ଦ୍ବାରା ପର୍ଯ୍ୟଟନ ଓ ରୋଜଗାର ଦୃଷ୍ଟିରୁ ପୁରୀ ତଥା ସଂପୂର୍ଣ୍ଣ ଓଡ଼ିଶା ପାଇଁ ଅନେକ ସମ୍ଭାବନ ସୃଷ୍ଟି ହେବ। ଯାହକୁ ନେଇ ପୁରୀବାସିଙ୍କ ମଧ୍ୟରେ ଦେଖାଦେଇଛି ଉତ୍କଣ୍ଠା ।

ପ୍ରଥମ ପର୍ଯ୍ୟାୟରେ ପିପିପି ମୋଡରେ ୨୩୦୩ କୋଟି ଟଙ୍କା ବିନିଯୋଗରେ ୩.୫ ମିଲିଅନ ଯାତ୍ରୀ ପରିବହନ ଲକ୍ଷ୍ୟ ରଖାଯାଇଥିଲା । ତବେ ପରିବେଶ ମଞ୍ଜୁରୀ ଓ ଟେଣ୍ଡର ପ୍ରକ୍ରିୟା ଅଗ୍ରାହ୍ୟ ହେବାରୁ କାର୍ଯ୍ୟ ଧିମେଇ ଯାଇଥିଲା। ଏବେ ରାଜ୍ୟ ସରକାରଙ୍କ ତତ୍ପରତା ସହ ପୁଣି ଜୋର ଧରିଛି ବିମାନ ବନ୍ଦର ପାଇଁ ପ୍ରସ୍ତୁତି। ପୂର୍ବରୁ ବିମାନବନ୍ଦରର ଡିପିଆର ପ୍ରସ୍ତୁତ କରିସାରିଥିବା ବେଳେ ଏବେ ୬୮ ଏକର ଜଙ୍ଗଲ ଜମିରେ ପରିବେଶ ମଞ୍ଜୁରୀକୁ ରହିଛି ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government-has-made-preparations-for-the-proposed-international-airport-in-puri | Argus News