OPD Services / ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ, ରୋଗୀ ହନ୍ତସନ୍ତ

Key Points
ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡିକରେ ବନ୍ଦ ରହିଲା ଓପିଡି ସେବା ।
ଚିକିତ୍ସା ପାଇଁ ଆସିଥିବା ରୋଗୀ ହନ୍ତସନ୍ତ ।
ସାରା ରାଜ୍ୟରେ ଓମସା ଡାକ୍ତର ସଂଘର ଆନ୍ଦୋଳନ । ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡ଼ିକରେ ବନ୍ଦ ରହିଲା ଓପିଡି ସେବା । ଆଉ ହନ୍ତସନ୍ତ ହେଲେ ଚିକିତ୍ସା ପାଇଁ ଆସିଥିବା ରୋଗୀ । ଏହାରି ଭିତରେ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆଲୋଚନା ମାଧ୍ୟମରେ ପୂରଣ ହୋଇପାରିବ ଦାବି । ଡାକ୍ତରମାନେ କାମରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।
ସୂଚନାନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାର ସମାନ ଦୃଶ୍ୟ । ଆନ୍ଦୋଳନରେ ଡାକ୍ତର । ରୋଗୀ ହନ୍ତସନ୍ତ । କେନ୍ଦ୍ରାପଡା, ବାରିପଦା, କଟକ, ବାଙ୍କି ସବୁଠି ସମାନ ଦୃଶ୍ୟ । ଆଉଟଡୋର ବାହାରେ ଧାରଣାରେ ଡାକ୍ତର । କେବଳ ଜରୁରୀକାଳୀନ ସେବା ଯୋଗାଇବାରେ ଜଣେ ଡାକ୍ତର ନିୟୋଜିତ ଥିବା ବେଳେ ଅନ୍ୟ ଡାକ୍ତରମାନେ ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ।
ବାଙ୍କୀ ଉପଖଣ୍ଡ ଡାକ୍ତରଖାନାର ୨ଘଣ୍ଟା ପାଇଁ ରୋଗୀ ସେବା ବନ୍ଦ । ଡାକ୍ତର ସଂଘର ବନ୍ଦ ଡାକରାର ପ୍ରଭାବ କେନ୍ଦ୍ରାପଡ଼ାରେ ପଡିଛି ମଧ୍ୟ । ଦୁଇ ଘଣ୍ଟା ରୋଗୀ ସେବା ବନ୍ଦ ପରେ ଗ୍ରାମାଞ୍ଚଳରେ ରୋଗୀ ସେବା ବ୍ୟାହତ ରହିଛି। ୧୦ ଦଫା ଦାବି ନେଇ ଓମାସା ପକ୍ଷରୁ ଓପିଡି ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି କଟକ ସିଟି ହସ୍ପିଟାଲ ଡାକ୍ତର ।
ଦାବି ପୂରଣ ନହେବାରୁ ଆଜି ଠାରୁ ପ୍ରତିଦିନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଓମ୍ସାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦାବି ପୂରଣର ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ହୋଇଛି। ବାରିପଦା ଓ ଜୟପୁରରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି ।
ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ସରକାରୀ ଚାକିରି ଯିଏ କରୁଛି ସେ ସରକାରଙ୍କ କଥା ମାନିବାକୁ ବାଧ୍ୟ। ସର୍ଭିସ କଣ୍ଡକ୍ଟ ରୁଲ ଏହା କହୁଛି । ଡାକ୍ତରଙ୍କ ଦାବି ପୂରଣ ପାଇଁ ଗୋଟିଏ କମିଟି କରିଛନ୍ତି ରାଜ୍ୟ ସରକାର। ଆଲୋଚନା ମାଧ୍ୟମରେ ଦାବି ପୂରଣ ହୋଇପାରିବ। ଡାକ୍ତର କାର୍ଯ୍ୟ ରେ ଯୋଗ ଦେବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ଅନ୍ୟପଟେ ରୋଗୀ ହନ୍ତସନ୍ତ । ଏହାରି ଭିତରେ ରାଜ୍ୟ ସରକାର କ'ଣ ସମାଧାନର ବାଟ ବାହାର କରୁଛନ୍ତି ଏବେ ତାକୁ ହିଁ ଅପେକ୍ଷା।
📱 Get Argus News App
✨Related Topics
Explore more stories