Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ୍ ମୋଡରେ ସରକାର , ବିଦା ହେବେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆକ୍ସନ୍ ମୋଡରେ ସରକାର , ବିଦା ହେବେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ

ବିଦା ହେବେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ
କାର୍ଯ୍ୟରେ ଅବହେଳା କିମ୍ବା ସାଧୁତାର ଅଭାବ ଦେଖାଇଲେ ବାଜିବ ସରକାରୀ ଛାଟ
ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ନିର୍ଦ୍ଦେଶ
ସରକାରୀ ଯୋଜନାର ନିତିଗତ ନିଷ୍ପତ୍ତି- ଏହାକୁ କାର୍ଯ୍ୟକାରୀ କରିବା ଅଫିସରଙ୍କ ଦାୟିତ୍ବ
ସରକାରଙ୍କ ଲକ୍ଷ୍ୟ ଗ୍ରାଉଣ୍ଡରେ ଯୋଜନାର ରୂପାୟନ ହେଲେ ଏହା ହୋଇପାରୁନି କିଛି ଅଧିକାରୀଙ୍କ ପାଇଁ
ଆକ୍ସନ୍ ମୋଡରେ ସରକାର...

ମୁଖ୍ୟ ଶାସନ ସଚିବଙ୍କ କଡ଼ା ନିର୍ଦ୍ଦେଶ । କାମ ନ କଲେ ଏଣିକି ବିଦା ହେବେ ଅପରାଗ ଓ ଦୁର୍ନୀତିଖୋର ବାବୁ । କାର୍ଯ୍ୟରେ ଅବହେଳା କିମ୍ବା ସାଧୁତାର ଅଭାବ ଦେଖାଇଲେ ବାଜିବ ସରକାରୀ ଛାଟ । ଅବସର ପୂର୍ବରୁ ଚାକିରିରୁ କରାଯିବ ବହିଷ୍କାର । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଚେତାବନୀ ଦେଇଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଛି ସର୍କୁଲାର । ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଶାସକ ଓ ବିରୋଧୀ ଙ୍କ ମଧ୍ୟରେ ଦେଖା ଦେଇଛି ଆରୋପ ପ୍ରତ୍ୟାରୋପ ।

ସଚ୍ଚୋଟତା ଓ ଦକ୍ଷତାର ଅଭାବ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି ତାହା ଜନସ୍ବାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ । ତେଣୁ ଅପାରଗ ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଜିଏ ଓ ପିଜି ବିଭାଗ ସର୍କୁଲାର ଜାରି କରିଛି । ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକୁ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government in action mode, corrupt and incompetent officials will be dismissed soon | Argus News