KIIT ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆକ୍ସନ୍ ମୋଡରେ ସରକାର

Key Points
KIIT ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆକ୍ସନ୍ ମୋଡରେ ସରକାର
ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ଆଉ 6ଜଣଙ୍କୁ ସମନ
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନୋଟିସ
କିଟ ପ୍ରସଙ୍ଗରେ ୟୁଜିସିର ହସ୍ତକ୍ଷେପ
କାହିଁକି ପିଲାମନଙ୍କୁ ଦିଆଯାଇଥିଲା ନିର୍ଯ୍ୟାତନା ଓ ଧମକ, ରିପୋର୍ଟ ତଲବ କଲା ୟୁଜିସି
ସେପଟେ ଥମୁନି ଆନ୍ଦୋଳନ ବିକ୍ଷୋଭ
ଅଚ୍ୟୁତଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି
KIIT ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ 6 ଜଣଙ୍କୁ ସମନ କରାଯାଇଛି । ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ନୋଟିସ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ସେମାନେ ହେଲେ ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ଚିଫ୍ ପ୍ରୋକ୍ଟର ପି. କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି ।
ଏମାନଙ୍କୁ ହାଜର ହେବା ଲାଗି ନୋଟିସ୍ ହୋଇଛି ।
ଅନ୍ୟପଟେ ବଢ଼ିଲା କିଟ୍ ବିଶ୍ବବିଦ୍ୟାଳୟର ଅଡୁଆ । ଛାତ୍ରୀ ମୃତ୍ୟୁ ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ KIITକୁ ରିପୋର୍ଟ ତଲବ କଲା UGC । କାହିଁକି ପିଲାଙ୍କୁ ଧମକ ଓ ନିର୍ଯ୍ୟାତନା ଦିଆଯାଇଥିଲା ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରିପୋର୍ଟ ଦାଖଲ କରିବାକୁ କହିଛି ୟୁଜିସି । ମିଳିଥିବା ସୂଚନା ଅନୁସାରେ, ସେ ଦିନର ଘଟଣା କଣ ଥିଲା, କିଟ କର୍ତ୍ତୃପକ୍ଷ କଣ ପଦକ୍ଷେପ ନେଇଥିଲେ ଏବଂ ପିଲାମାନଙ୍କ ସହ ହୋଇଥିବା ଘଟଣାର ସବୁ ତଥ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ପଠାଇଛି ୟୁଜିସି।
ଥମୁନି ଆନ୍ଦୋଳନ ବିକ୍ଷୋଭ। ଜୋର ଧରିଲା ଅଚ୍ୟୁତଙ୍କୁ ଗିରଫ ଦାବି। ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ ବାଣୀବିହାର ମୁଖ୍ୟ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ କଂଗ୍ରେସ ପକ୍ଷରୁ ଲଗାତାର ଦବି କରାଯାଉଛି । ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ।
📱 Get Argus News App
✨
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜିମ ଟ୍ରେନର ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏବିଭିପି । ରାଜ୍ୟ ସରକାର ଏକ ନିୟମ ଆଣି ପ୍ରାଇଭେଟ ବିଶ୍ୱବିଦ୍ୟାଳୟକୁ ନିଜ ଅଧୀନକୁ ଆଣି ସିଧାସଳଖ ସେଥିରେ କିପରି ହସ୍ତକ୍ଷେପ କରି ପାରିବେ ସେ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ଦାବି କରିଛି ଏବିଭିପି ।ଘଟଣାକୁ 8ରୁ 9 ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ସେନେଇ ପ୍ରଶ୍ନ କରିଛି ଏବିଭିପି ।