ଘରୋଇ ହସ୍ପିଟାଲକୁ ତାଗିଦ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

Key Points
ଆୟୁଷ୍ମାନ୍ କୁ ନେଇ ଆକ୍ସନ ମୋଡ଼ ରେ ସରକାର
ରୋଗୀମାନଙ୍କ ଅଭିଯୋଗ ପରେ ସରକାରଙ୍କ ବଡ଼ ଘୋଷଣା
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଚିକିତ୍ସାରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ
ଘରୋଇ ହସ୍ପିଟାଲ କୁ ତାଗିଦ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଆୟୁଷ୍ମାନ ପ୍ୟାକେଜ ବଢାଇବାକୁ ବି ଚାଲିଛି ଅନୁଧ୍ୟାନ
ବିଭିନ୍ନ ସ୍ଥାନରୁ ଆୟୁଷ୍ମାନ କୁ ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର । ଘରୋଇ ହସ୍ପିଟାଲ ସହ ସ୍ୱାସ୍ଥ୍ୟ ବିଭାଗର ଟେକିନକାଲ ଟିମ କଲେ ଆଲୋଚନା । ଆସୁଥିବା ଅଭିଯୋଗ ର ସମାଧାନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ କହିଛନ୍ତି ଲୋକଙ୍କ ସ୍ୱାସ୍ଥ୍ୟ ସେବା କୁ ସରକାର ପ୍ରାଥମିକତା ଦେଉଛନ୍ତି । ଯାହା ଅଭିଯୋଗ ଆସୁଛି ତାହାର ସମାଧାନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ ଏହା ପରେ ବି ଯଦି ରୋଗୀ ଙ୍କର କୌଣସି ସମସ୍ୟା ହୁଏ କିମ୍ବା ଚିକିତ୍ସା ରେ ଅବହେଳା ହୁଏ ତେବେ ଘରୋଇ ହସ୍ପିଟାଲ ଗୁଡିକ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ସେପଟେ ଆଲୋଚନା ପରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ(AOPMEF) କହିଛି ଅପରେସନାଲ ସମସ୍ୟା ଓ ସଫ୍ଟୱେର ସମସ୍ୟା ସମାଧାନ କରିବା କୁ ପ୍ରତିଶ୍ରୁତି ମିଳିଛି । କିନ୍ତୁ ଏହା ଛଡ଼ା ମଧ୍ଯ ଆୟୁଷ୍ମାନ ଭାରତ ଯୋଜନା ରେ ଆହୁରି ଅନେକ ସମସ୍ୟା ରହିଛି ।
ରାଜ୍ୟରେ ପୂର୍ବ ରୁ ଲାଗୁ ହେଇଥିବା bsky ଯୋଜନା ଅପେକ୍ଷା ଆୟୁଷ୍ମାନ୍ ଯୋଜନାରେ ଅଧିକ ଲୋକ ଲାଭବାନ ହେବେ । ରାଜ୍ୟର ୮୫ ପ୍ରତିଶତ ଲୋକ ଏହି ଯୋଜନା ରେ ସାମିଲ ହୋଇ ପାରିବେ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ bsky ରେ ୯୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ଆୟୁଷ୍ମାନ୍ ରେ ସମଗ୍ର ଦେଶର ୨୯ ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା ।