Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଐତିହ୍ୟ ହିଁ ଆମ ରାଜ୍ୟର ପରିଚୟ, କୀର୍ତିରାଜିକୁ ସାଇତିବା ପାଇଁ ତତ୍ପର ସରକାର

Odisha

ଐତିହ୍ୟ ହିଁ ଆମ ରାଜ୍ୟର ପରିଚୟ, କୀର୍ତିରାଜିକୁ ସାଇତିବା ପାଇଁ ତତ୍ପର ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଐତିହ୍ୟ ହିଁ ଆମ ରାଜ୍ୟର ପରିଚୟ, କୀର୍ତିରାଜିକୁ ସାଇତିବା ପାଇଁ ତତ୍ପର ସରକାର

ରାଜ୍ୟର ଐତିହ୍ୟ ହିଁ ରାଜ୍ୟର ପରିଚୟ। ଓଡ଼ିଶାର ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖିବା ପାଇଁ ବିଜେପି ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି। ନୂଆ ସରକାରଙ୍କ ସମୟରେ ମଠ, ମନ୍ଦିରର ସୁରକ୍ଷା ହେଉଛି ପ୍ରାଥମିକତା। ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀର ସୁରକ୍ଷାକୁ ଗୁରୁତ୍ୱ ।

ବିଶ୍ୱ ଦରବାରରେ ଓଡ଼ିଶାର ଭିନ୍ନ ପରିଚୟ ଆଣିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ପୁରୀ ଜଗନ୍ନାଥ ମନ୍ଦିର ଆମ ରାଜ୍ୟକୁ ବିଶ୍ବବିଦିତ କରିଛି । ଏହି ଐତିହ୍ୟ ସହିତ ଯୋଡି ହୋଇ ରହିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା। ଓଡିଶା ସରକାର ପାଳନ କରୁଛନ୍ତି ଓଡ଼ିଆ ପକ୍ଷ। ନୂଆ ସରକାରଙ୍କ ପ୍ରତିବଦ୍ଧତା, ଓଡ଼ିଶାର ମଠ, ମନ୍ଦିରକୁ ସୁରକ୍ଷା ଦିଆଯିବ। ଓଡ଼ିଶାର ଐତିହ୍ୟ ବହୁ ପ୍ରାଚୀନ । ଏହାର ସଂସ୍କୃତି ବେଶ ଗୁରୁତ୍ୱ ବହନ କରେ । ତେଣୁ ଏହାର କିପରି ସୁରକ୍ଷା ହୋଇପାରିବ ସେଦିଗରେ ସରକାର ତତ୍ପର ।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର, ବୌଦ୍ଧ କୀର୍ତିରାଜି, ଧଉଳି, ଖଣ୍ଡଗିରି ଉଦୟଗିରି ସମେତ ଅନେକ କୀର୍ତିରାଜି ରହିଛି। ଯାହାର ଇତିହାସ ସମ୍ପର୍କରେ ଆଜିର ଯୁବପିଢ଼ି, ବିଦ୍ୟାର୍ଥୀ ଏବଂ ସବୁ ବର୍ଗର ଲୋକେ ଜାଣିବାର ବେଶ ଆବଶ୍ୟକତା ରହିଛି। ପ୍ରତ୍ନତତ୍ୱବିଦଙ୍କ ମତରେ ଯୁବ ପିଢ଼ି ଐତିହ୍ୟସ୍ଥଳୀର ଇତିହାସ ଜାଣିବା ଦରକାର।

କେବଳ ଭଗବାନ କିମ୍ବା ମନ୍ଦିର ନୁହେଁ ବରଂ ପ୍ରାଚୀନ ଇତିହାସ ଯୁଗରେ ରାମାୟଣ, ମହାଭାରତ ସମୟରେ କିଭଳି ରାଣୀମାନଙ୍କ ଭୂମିକା ଥିଲା, ପ୍ରତିମୂର୍ତ୍ତି ଗୁଡିକରେ କଣ ଲୁଚି ରହିଛି ସେ ବିଷୟରେ ଜାଣିଲେ ଆଗକୁ ବଢ଼ିପାରିବେ। ଐତିହ୍ୟ ସୁରକ୍ଷାକୁ ନୂଆ ସରକାର ପ୍ରାଥମିକତା ଦେବା ସ୍ୱାଗତଯୋଗ୍ୟ।

ଯେଉଁ ଐତିହ୍ୟ ଆମକୁ ସାରାବିଶ୍ବରେ ପରିଚୟ ଦେଇଛି ତାର ସୁରକ୍ଷାକୁ ସରକାର ଗୁରୁତ୍ବ ଦେବା ଦ୍ବାରା ରାଜ୍ୟର ଐତିହ୍ୟ କିର୍ତ୍ତିରାଜି ଭବିଷ୍ୟତ ପିଢ଼ି ପାଇଁ ବେଶ ଉଜ୍ଜୀବୀତ ରହିବ ଏଥିରେ ସନ୍ଦେହ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government is keen to preserve the identity and glory of our state, as its heritage is the foundation of our state | Argus News