Paddy Procurment / ଧାନ କିଣାକୁ ନେଇ ସରକାର ନେଉଛନ୍ତି ବଡ଼ ପଦକ୍ଷେପ, ରହିବନି କୌଣସି ସମସ୍ୟା

Key Points
ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ଆଲୋଚନା ବିଫଳ । ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ ।
ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସ ମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ମିଲର୍ସଙ୍କ ଦାବି ପୂରଣ ନେଇ ସଚେତନ ଅଛନ୍ତି । ସେମାନଙ୍କୁ ସମୟ ମଗାଯାଇଛି । ଦାବି ପୂରଣ କରାଯିବ । ଧାନ କିଣା ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେ ନେଇ ସରକାର ତତ୍ପର ଅଛନ୍ତି ।
ଅନ୍ୟପଟେ ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାବେଳେ ବାକି ୧୨ଟି ଜିଲ୍ଲାରେ କିପରି ଧାନ କିଣା ଆରମ୍ଭ ହେବ ସେ ଚିନ୍ତା ଏବେ ଯୋଗାଣ ବିଭାଗକୁ ଘାରିଛି।
ଏପରିକି ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇନଥିବାରୁ କିପରି ସବୁ ଜିଲ୍ଲାରେ ଆସନ୍ତା ୧୦ ତାରିଖ ସୁଦ୍ଧା ଧାନ କିଣା ଆରମ୍ଭ ହେବ ସେନେଇ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ସମୀକ୍ଷା କରିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଚଳିତ ୨୦୨୫-୨୬ ଧାନ କ୍ରୟ ଋତୁ ପାଇଁ ୧୯,୬୭, ୮୧୨ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଖରିଫ ୨୦୨୫-୨୬ ପାଇଁ ମୋଟ ଧାନ ଚାଷ ଅଞ୍ଚଳ ୬୧,୬୭, ୪୧୪ ଏକର ପଞ୍ଜୀକୃତ ହୋଇଛି।
ଜାନୁଆରି ୩ ସୁଦ୍ଧା ପ୍ରାୟ ୧୧ .୮୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ମୋଟ୍ ୨,୭୧,୩୧୮ ଜଣ ଚାଷୀ ୧୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି। ଧାନ ଅମଳ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ଜାରି ରହିଛି। ୨୦୨୪-୨୫ ରେ ୭୩.୪୫ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଏବଂ ୧୯. ୧୮ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ଏହା ବଢ଼ିବ ବୋଲି ଆଶା କରାଯାଉଛି।
📱 Get Argus News App
✨Related Topics
Explore more stories