Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଜାରି କଲେ ହେଲ୍ପ ଲାଇନ୍‌ ନମ୍ବର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଜାରି କଲେ ହେଲ୍ପ ଲାଇନ୍‌ ନମ୍ବର

କିଟ୍ ଘଟଣା ପରେ ଆକ୍ଟିଭ ମୋଡରେ ସରକାର। ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ହେଲେ ସଚେତନ । ନେଲେ ବଡ଼ ପଦକ୍ଷେପ। ଓଡ଼ିଶାରେ ସେମାନଙ୍କୁ କେମିତି ସମସ୍ତ ପ୍ରକାରର ସୁବିଧା ମିଳିବ ଦେଲେ ଗୁରୁତ୍ଵ। ଜାରି କଲେ ହେଲ୍ପ ଲାଇନ୍ ନମ୍ୱର୍ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅନୁକୂଳ ଏବଂ ସମାବେଶୀ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସହାୟତା ପ୍ରକୋଷ୍ଠ କାର୍ଯ୍ୟକାରୀ କରାଯାଇଛି।

ଏହି ସହାୟତା ପ୍ରକୋଷ୍ଠ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ସହ ମାର୍ଗଦର୍ଶନ ଓ ସହାୟତା ପ୍ରଦାନ କରିବ । ଏହାସହ ସେମାନଙ୍କୁ ଉତ୍ତମ ଶୈକ୍ଷିକ ଓ ସାଂସ୍କୃତିକ ଅଭିଜ୍ଞତା ପ୍ରଦାନ କରିବାରେ ସହାୟକ ହେବ ବୋଲି ସ୍ପଷ୍ଟ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍‌ କର୍ତ୍ତୃପକ୍ଷ ଅଚ୍ୟୁତ ସାମନ୍ତ ଓଡିଶାର ମୁହଁକୁ ସାରା ବିଶ୍ବରେ ତଳକୁ କରିଦେଇଥିଲେ ।

ଅନ୍ୟପଟେ ବିଧାନସଭାରେ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେଡିର ଦୁଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଶାରଦା ପ୍ରସାଦ ଜେନା କିଟ୍ ପ୍ରସଙ୍ଗ ଉଠାଇ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡ଼ିଥିବା କହି ଉଦବେଗ ବ୍ୟକ୍ତ କରିଛନ୍ତି । ରଣେନ୍ଦ୍ର କହିଥିଲେ ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ଯାହା ଘଟିଲା ସେଥିପାଇଁ ଆମେ ଦୁଃଖିତ । ନେପାଳ ପାଖରେ ଆମକୁ କ୍ଷମା ମାଗିବାକୁ ପଡ଼ିଲା ।

ତେବେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା ୩୨୯(୩), ୩୨୪(୪), ୩୦୩(୨), ୩୫୧(୨) ଓ ୩(୫)ରେ ତାଙ୍କ ନାଁରେ ଜମି ହଡ଼ପ ସଂକ୍ରାନ୍ତ ମାମଲା ମାର୍ଚ୍ଚ ୧୨ ତାରିଖରେ ଇନଫୋସିଟି ଥାନାରେ ରୁଜୁ ହୋଇଛି । FIRରେ ଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରର ବ୍ରହ୍ମେଶ୍ୱରବାଗ ଅଂଚଳର ବଂଶୀଧର ବେହେରା ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଥାନାରେ କରିଛନ୍ତି ।


ତାଙ୍କ ପତ୍ନୀ ବୀଣାପାଣି ବେହେରାଙ୍କ ନାମରେ ସେ କିଣିଥିବା ଖାତା ନମ୍ବର-୨୨୪୨/୪୯ର ପ୍ଲଟ ନମ୍ବର-୧୭୦୮( ୧୦୦୦ଡିସିମିଲ) ଜମିକୁ ଅଚ୍ୟୁତ୍ ଜବରଦଖଲରେ ରଖିଛନ୍ତି ବୋଲି ଦର୍ଶାଇଛନ୍ତି । ଅଚ୍ୟୁତ ସେହି ଜମିରୁ ବହୁ ଗଛକୁ ବଳପୂର୍ବକ କାଟି ଦେବା ସହ ସେଠାରେ ୫୦୦ଟ୍ରିପରୁ ଅଧିକ ବାଲି,ଗୋଡ଼ି, ବାଉଁଶ ଆଦି ଜମା କରିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସେମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ଶ୍ରୀ ବେହେରାଙ୍କ ପକ୍ଷରୁ ରୁଜୁ ଏତଲାରେ ଉଲ୍ଲେଖ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government issues helpline number for international students | Argus News