Videos
|
Odisha

ମହିଳା ନିର୍ଯାତନା ସମ୍ପର୍କିତ ତଥ୍ୟ ୨୪ ଘଣ୍ଟା ମଧ୍ୟରେ ଜଣାଇବାକୁ ସରକାରଙ୍କ ନିର୍ଦ୍ଦେଶ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହିଳା ନିର୍ଯାତନା ସମ୍ପର୍କିତ ତଥ୍ୟ ୨୪ ଘଣ୍ଟା ମଧ୍ୟରେ ଜଣାଇବାକୁ ସରକାରଙ୍କ ନିର୍ଦ୍ଦେଶ

Key Points

ବାଲେଶ୍ଵର FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା

ରାଜ୍ୟ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

୨୪ ଘଣ୍ଟା ମଧ୍ୟରେ ସବୁ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ

ବାଲେଶ୍ଵର FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା । ରାଜ୍ୟ ସରକାରଙ୍କ ୫ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠନ ଏବଂ ମହିଳା ନିର୍ଯାତନା ସମ୍ପର୍କିତ ତଥ୍ୟ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ବିଭାଗ ଅଧୀନ ସମସ୍ତ କାର୍ଯ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ, ସେବାଶ୍ରମ ବିଦ୍ୟାଳୟ, ଛାତ୍ରାବାସ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ‘କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉପୀଡ଼ନ ନିରୋଧ, ନିଷେଧ ଏବଂ ନିରାକରଣ ଅଧିନିୟମ-୨୦୧୩କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଇଣ୍ଟରନାଲ କମ୍ପ୍ଲେନ କମିଟିର ସଦସ୍ୟ ଓ ଛାତ୍ରମାନେ ତଦନ୍ତ କମିଟି ଆଗରେ ବ୍ୟକ୍ତିଗତ ହାଜିରା ପାଇଁ ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ଚିଠି । ବାଲେଶ୍ବର ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କୁ ଚିଠି । ଆଜି ଓ ଆସନ୍ତାକାଲି ହାଜର ହେବାକୁ ଚିଠିରେ ନିର୍ଦ୍ଦେଶ ।

government-orders-to-report-information-related-to-violence-against-women-within-24-hours | Argus News