Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପହଞ୍ଚ ଅଞ୍ଚଳରେ ଅପହଞ୍ଚ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅପହଞ୍ଚ ଅଞ୍ଚଳରେ ଅପହଞ୍ଚ ଯୋଜନା

ବୋରିଗୁମ୍ମା ବ୍ଲକର ଧୋବାପଦର ପଞ୍ଚାୟତ ସଦର ମୋହକୁମ୍ମା ଠାରୁ ୧୩ କିମି ଦୂରରେ ଅବସ୍ଥାପିତ ଗାଁ। ଏହି  ଗାଁକୁ ଯିବାକୁ ହେଲେ ଡମ୍ବତୁରୁଞ୍ଜି ଠାରୁ ୬କିଲୋମିଟର ଘଞ୍ଚ ଜଙ୍ଗଲ ମଝିରେ ସଂକୀନ୍ନ ମାଟି ରାସ୍ତା ଦେଇ ଯିବାକୁ ପଡେ । ସ୍ୱାଧିନତାର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇପାରିନି। ଗାଁରେ ୩୫ ପରିବାର ୨୦୦ ରୁ ଉର୍ଦ୍ଧ୍ୱ ସଦସ୍ୟ ବସବାସ କରନ୍ତି। ମାତ୍ର ଆଜିବି ଜଙ୍ଗଲ ମଧ୍ୟରେ ସକିର୍ଣ୍ଣ ରାସ୍ତାହି ଏମାନଙ୍କ ଗମନାଗମନର ମାଧ୍ୟମ। ପାହାଡର ଅଙ୍କାବଙ୍କା ମାଟିରାସ୍ତାରେ ୫କିମି ଯିବାକୁ ପଡେ। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ବାଧ୍ୟ ହେଉଚନ୍ତି ଅଞ୍ଚଳବାସୀ।


ଗାଁରେ ପାନୀୟ ଜଳ ଯୋଗାଣ ନକହିବା ଭଳି। ଗୋଟେ ପାଣି ଟାଙ୍କି ଅଛି ମାତ୍ର ସେଥିରୁ ବାହାରୁନି ପାଣି। ଆଜିବି ଗାଁ ନିକଟରେ ଥିବା ଚୁଆ ପାଣି ହିଁ ଏମାନଙ୍କ ଭରସା। ଚୂଆର ଗୋଳିଆ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ମାତ୍ର ଖରା ଦିନ ହେଲେ ଚୁଆ ପାଣି ବି ସୁଖି ଯାଉଛି। ଗାଁରେ କୌଣସି ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନି। ଝାଟିମାଟିର କଚ୍ଚାଘରେ ରହୁଛନ୍ତି ଗ୍ରାମବାସୀ। ଗାଁରେ ସ୍କୁଲ ନାହିଁ କି ଅଙ୍ଗନୱାଡି କେନ୍ଦ୍ର ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଧୋବାପଦରରେ ସମସ୍ୟା ମାଳମାଳ। ଏନେଇ ବହୁବାର ଅଭିଯୋଗ ହୋଇଥିଲେବି ଏଠି ନା ସରକାରୀ ଯୋଜନା ପହଞ୍ଚୁଛି ନା ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ପଡୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in durgam | Argus News