Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଇ ଗାଁରେ ପିଇବାକୁ ପାଣି ମୁନ୍ଦାଏ ନାହିଁ...!

Odisha

ଏଇ ଗାଁରେ ପିଇବାକୁ ପାଣି ମୁନ୍ଦାଏ ନାହିଁ...!

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏଇ ଗାଁରେ ପିଇବାକୁ ପାଣି ମୁନ୍ଦାଏ ନାହିଁ...!

ଅର୍ଗସ ବ୍ୟୁରୋ: ଏଇ ଗାଁକୁ ରାସ୍ତା ନାହିଁ । ପିଇବା ପାଣି ଆସିନି । ବିଦ୍ୟୁତ ସଂଯୋଗ କଥା ବି ନକହିବା ଭଲ । କେତେବେଳେ ରହୁଛି କେତେବେଳେ ଯାଉଛି କେହି କହିପାରିବେ ନାହିଁ । ଆଉ ବାକି ରହିଲା ସରକାରୀ ଯୋଜନା କଥା । ସରକାରୀ ଯୋଜନା ତ ଏହି ଗାଁ ଲୋକଙ୍କ ପାଇଁ ସତେ ଯେମିତି ସାତ ସପନ । ସ୍ବାଧିନତାର ୭୫ ବର୍ଷ ପରେ ବି ଆଜି ଏଇ ଗାଁ ଲୋକ ମୌଳିକ ସୁବିଧାରୁ ବଞ୍ଚିତ । ପୂର୍ବ ସରକାର ଗରିବ ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରିଥିଲେ ଏମାନଙ୍କ ପାଖରେ କିଛି ପହଞ୍ଚିପାରି ନାହିଁ ।

ଅଜ୍ଞା ହଁ... ଆମେ କହୁଛୁ ମାଲକାନଗିରି କାଲିମେଳା ବ୍ଲକ ଭେଜିଙ୍ଗିୱାଡ଼ା ପଞ୍ଚାୟତର ବଦଲିଗୁଡା ଗାଁ । ଏଠାରେ ବସବାସ କରନ୍ତି ୯୦ ଆଦିବାସୀ ପରିବାର । ଜନସଂଖ୍ୟା ୬୦୦ରୁ ଅଧିକ ହୋଇଥିବା ବେଳେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ । ଗାଁ କହିଲେ ମାଳ ମାଳ କଚ୍ଚା ଘର କେବଳ। ଯେଉଁଥିରେ ରୁହନ୍ତି ଗରିବ ଆଦିବାସୀ ପରିବାର। ଯେଉଁମାନେ ଆବସ ଯୋଜନାରେ ଘର ପାଇବାରୁ ବଞ୍ଚିତ । ତାସହ ଭତ୍ତା, ରାସନ ଆଦି ଯୋଜନା ବି ୟାଙ୍କ ପାଇଁ ସପନ । ଗାଁର ୨୦ ରୁ ଅଧିକ ବୃଦ୍ଧବୃଦ୍ଧା ଯାହାଙ୍କୁ କେଉଁ କାଳୁ ୬୦ ଡେଇଁସାରିଲାଣି । ହେଲେ ସେମାନେ ଏବେ ବି ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା କ'ଣ ଜାଣି ନାହାନ୍ତି ।

ଅନ୍ୟପଟେ ଗାଁରେ ପାଣିର ସୁବିଧା ବି ନାହିଁ । ପିଇବା ପାଣି ଏଠି ପିଇବା ଯାହା ଦେହକୁ ରୋଗ କିଣିବା ତାହା । ଏହି ଗାଁରେ ପୂର୍ବ ନବୀନ ସରକାରଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ କହିଲେ ଚଳେ। ପାନୀୟ ଜଳ ଯୋଗାଣ ପାଇଁ ୩ଟି ନଳକୂପ ଅଛି ସତ । କିନ୍ତୁ ସେଥିରୁ ଗୋଟିଏ ଖରାପ ହୋଇ ପଡ଼ିଛି, ଆଉ ଅନ୍ୟ ଦୁଇଟିରୁ ଆଇରନ ଯୁକ୍ତ ଗୋଳିଆ ପାଣି ବାହାରୁଛି । ଯାହାକୁ ସୁସ୍ଥ ମଣିଷ ପିଇଲେ ବି ଅସୁସ୍ଥ ହୋଇପଡ଼ିବ । ଏସବୁ ଜାଣିଥିଲେ ବି, ଅନ୍ୟ କିଛି ଉପାୟ ନଥିବାରୁ ଲୋକେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ଯେଉଁଥିପାଇଁ କୁହାଯାଉଛି ଆଜି ବି ଦୁର୍ଗମବାସୀଙ୍କ ପାଇଁ ଉପହାସ ପାଲଟିଛି ସରକାରୀ ଯୋଜନା। ପାହାଡ଼ିଆ ଗାଁ ବୋଲି ଏଠାରେ ବିକାଶ ଅପହଞ୍ଚ। ଯୋଜନା ଆଶାରେ ବନ୍ଧା ପଡିଛି ଲୋକଂକ ଭାଗ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government scheme failed in durgama | Argus News