Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାହିଁ ନାହିଁର ଗାଁ ଢେଙ୍କାନାଳ ଜିଲ୍ଲାର ସର୍ପଣୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନାହିଁ ନାହିଁର ଗାଁ ଢେଙ୍କାନାଳ ଜିଲ୍ଲାର ସର୍ପଣୀ

ନାହିଁ ନାହିଁର ଗାଁ ଢେଙ୍କାନାଳ ଜିଲ୍ଲାର ସର୍ପଣୀ । ବଣ, ଜଙ୍ଗଲ ଘେରା ଏ ଗାଁରେ ଅଭିଶପ୍ତ ଜୀବନ ଜିଉଁଛନ୍ତି ଜୁଆଙ୍ଗ ପରିବାର । ବଞ୍ଚିବା ପାଇଁ ଜଙ୍ଗଲଜାତ ଫଳ ଓ ଚୂଆ ପାଣି ଏମାନଙ୍କ ଭରଷା । ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତରେ ରହିଛି ଏ ଆଦିବାସୀ ଗାଁ । ଏଠି ୩୦ରୁ ଅଧିକ ପରିବାର ବସବାସ କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି । ସରକାରଙ୍କଠାରୁ ମିଳୁଥିବା ଚାଉଳ ଉପରେ ଏମାନେ ନିର୍ଭରଶୀଳ । ଗମନା ଗମନ କହିଲେ, ଏ ଖାଲଖମା ରାସ୍ତା । ରାସନ ଆଣିବା ପାଇଁ ପ୍ରାୟ ୨୦ କିଲୋମିଟର ଅଙ୍କାବଙ୍କା ଖାଲଖମା ରାସ୍ତା ଚାଲିବାକୁ ପଡ଼ିଥାଏ ।

ପାନୀୟ ଜଳ ପାଇଁ ବୋରଓ୍ବେଲ ଖୋଳାଯାଇ ଗାଁରେ ବିଛାଯାଇଛି ପାଇପ । କିନ୍ତୁ ସେଥିରୁ ପାଣି ଆସୁନାହିଁ । ନଳକୂପ ଥିଲେ ବି ତାର ପାଣି ପିଇବା ଉପଯୋଗୀ ନୁହଁ । ଗାଁ ନିକଟ ଜଙ୍ଗଲରେ ଥିବା ଚୁଆ ଉପରେ ନିର୍ଭର କରିଥାଆନ୍ତି ଅଞ୍ଚଳବାସୀ । ଏଠି ଲୋକଙ୍କ ପାଖରେ ଦୁଇ ଓଳି ଖାଇବା ଯୋଗାଡ଼ କରିବାକୁ ଟଙ୍କା ନଥିବା ବେଳେ, ଦେହ ପା କଥା ପଚାରେ କିଏ । ରୋଗରେ ପଡ଼ିଥିବା ରୋଗୀ ଏଠି ଜଙ୍ଗଲ କୋଳି ଖାଏ ବଞ୍ଚେ । ଗତ ୨୪ ବର୍ଷର ସ୍ଥିର ସରକାର ଏମାନଙ୍କ ଦୁଃଖ ଶୁଣିଲେନି । ଏବେର ବିଜେପି ସରକାର ଦୁଃଖ ଦୂର କରିବେ ବୋଲି ଆଶା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government-scheme-failed-in-sarpani-village | Argus News