Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଁକୁ ଅପହଞ୍ଚ ସରକାରୀ ଯୋଜନା

Odisha

ଗାଁକୁ ଅପହଞ୍ଚ ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁକୁ ଅପହଞ୍ଚ ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ: ବଲାଙ୍ଗିର ତୁରେକେଲା କମେଇମୁଣ୍ଡା ପଂଚାୟତର ଠୋଙ୍ଗୋଜୁରୀ । ଦୀର୍ଘ ବର୍ଷରୁ ଗାଁ ସ୍ଥାପନ ହୋଇଥିବା ବେଳେ ଏବେବି ଗାଁକୁ ମିଳି ପାରିନି ରାଜସ୍ବ ମାନ୍ୟତା । ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ଅପହଞ୍ଚ। ଜଙ୍ଗଲତଳି ପାଦ ଚଲା ରାସ୍ତାରେ ଗାଁ କୁ ଯିବାକୁ ପଡେ । ରାସ୍ତା ଏମିତି ଖରା କିଛି ମାସ ସୁରୁଖୁରୁ ରେ ଚଲିଯାଏ । ବର୍ଷା ମାସରେ କଥା ସରିଲା ।

ଗାଁରେ ସ୍କୁଲ କି ଅଙ୍ଗନୱାଡି ସେଣ୍ଟର ସ୍ଥାପନ ହୋଇନି । ଫଳରେ ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଠୋଙ୍ଗୋଜୁରୀର ଶିଶୁ। ଅନ୍ୟ ଗାଁରେ ପାଠ ପଢିବା ପାଇଁ ନାଁ ଲେଖାଇଛନ୍ତି ସିନା ମାତ୍ର ରାସ୍ତା ସମସ୍ୟା ଓ ଜଙ୍ଗଲ ପାଇଁ ଅଧାରୁ ଅଧିକ ଦିନ ସ୍କୁଲ ଯାଆନ୍ତି ନାହିଁ। ଗାଁରେ ବସୁଧା ଯୋଜନା ନା କହିଲା ଚଳେ। ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ଏଠି ଡହଳ ବିକଳ । ୩୦ ରୁ ଅଧିକ ପରିବାର ରହୁଥିବା ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ । ଏହି ନଳକୂପରୁ ବି  ଫ୍ଲୋରାଇଡ଼ ମିଶା ପାଣି ବାହାରୁ ଥିବାରୁ ପିଇବା ପାଣି ଅନୁପଯୋଗୀ ହୋଇପଡିଛି ।

ଗାଁରେ ସ୍ୱାସ୍ଥ୍ୟ ସେବାର କିଛି ବି ବ୍ୟବସ୍ଥା ନାହିଁ କି ସ୍ବାସ୍ଥ୍ୟ ବିଭାଗର କେବେ ପାଦ ପଡିନି । ଗାଁର ଲୋକମାନେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବିକ୍ରି କରି ପରିବାର ପୋଷଣ କରନ୍ତି। ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି। ନାହିଁ ନାହିଁ ର ଗାଁ ସରକାରୀ ଯୋଜନା ଏଠି ପ୍ରତାରଣା ।ଆବାସ, ବସୁଧା ଭଳି ଯୋଜନାରୁ ବଞ୍ଚିତ ଠୋଙ୍ଗୋଜୁରୀବାସୀ.. ପ୍ରଶାସନ କେବେ ଠୋଙ୍ଗୋଜୁରୀ ଗାଁ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government schemes do not reach the villages | Argus News