Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ତତ୍ପର ସରକାର

Ritu Das
Browse all articles by Ritu Das
·1 year ago·1 min read
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ତତ୍ପର ସରକାର

Key Points

OAS ସଂଘର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରୟାସ ଜୋରଦାର

ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କୁ ଡାକି ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ପରେ କାର୍ଯ୍ୟରେ ଯୋଗଦେବାକୁ ORS ସଂଘର ସୂଚନା

ଏବେ ଅପେକ୍ଷା ମୁଖ୍ୟ ଶାସନ ସଚିବଙ୍କ ସହ OAS ସଂଘର ଆଲୋଚନା ଫଳାଫଳକୁ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟସାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଖୁବଶ୍ରୀଘ୍ର କାର୍ଯ୍ୟରେ ଯୋଗଦେଇ ପାରନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏନଇ ମୁଖ୍ୟ ଶାସନ ସଚିବଙ୍କ ସହ OAS ସଂଘ ଆଲୋଚନା କରିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଏବଂ ସରକାରୀ ଅଧିକାରୀଙ୍କ ସୂରକ୍ଷା ନେଇ ସଂଘ ପକ୍ଷରୁ ଦାବି କରାଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସଂଘର ପ୍ରତିନିଧି ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି। OAS ସଂଘକୁ ସମର୍ଥନ କରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ORS ସଂଘ କିନ୍ତୁ ନରମିଛି। ରାଜସ୍ବମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବାକୁ ରାଜି ହୋଇଛନ୍ତି ORS ଅଧିକାରୀ।


OAS ସଂଘର ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ସମାଧାନ ପାଇଁ ଆଜି ଦନ ତମାମ ସରକାରଙ୍କ ପକ୍ଷରୁ ଜାରି ରହିଥିଲା ପ୍ରୟାସ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କ ସହ ଏ ପ୍ରସଙ୍ଗରେ ବିଚାର ବିମର୍ଶ କରିଥିଲେ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାହାକୁ ବି ଛଡ଼ାଯିବ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। OAS ସଂଘର ଦାବି ଉପରେ ସରକାର ବିଚାର କରୁଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ସେପଟେ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଅଧିକ କାର୍ଯ୍ୟନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government-takes-action-against-attack-on-bmc-additional-commissioner | Argus News