Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ନୂଆ ସର୍ଭେ କରିବେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ନୂଆ ସର୍ଭେ କରିବେ ସରକାର

Key Points

  • ଆବାସରୁ ଅଯୋଗ୍ୟଙ୍କୁ ଦିଆଯିବ ବାଦ
  • ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ନୂଆ ସର୍ଭେ କରିବେ ସରକାର
  • ବିଧାନସଭାରେ ବଡ଼ ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ନବୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର
  • ନିର୍ବାଚନ ସମୟରେ ବଡ଼ ପ୍ରସଙ୍ଗ ପାଲଟିଥିଲା ପକ୍କା ଘର ଦୁର୍ନୀତି
  • କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମରେ ଓଡିଶାକୁ ଆସିଥିଲା ସାଢ଼େ ୯ ଲକ୍ଷ ପକ୍କା ଘର 
  • କିନ୍ତୁ ମାହାଙ୍ଗା ଡବଲ ମଡ଼ର ଘଟଣାରେ ବିଜେଡି ସରକାରଙ୍କ ଘଣ୍ଟଘୋଡ଼ା ନୀତି ଦୁର୍ନୀତିକୁ ଦେଇଥଲା ପ୍ରଶୟ

ଅର୍ଗସ ବ୍ୟୁରୋ:  ବିଧାନସଭା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆବାସ ଯୋଜନାରୁ ଅଯୋଗ୍ୟଙ୍କୁ ଦିଆଯିବ ବାଦ । ସେଥିପାଇଁ ପୁଣି ଥରେ ନୂଆ ସର୍ଭେ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେଉଁ ମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ ।
 ମନ୍ତ୍ରୀ ଆହୁରି କହିଛନ୍ତି 
* ହିତାଧିକାରୀଙ୍କ  ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ... 
* ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ...
* ଗରିବ ଲୋକ ଫିଙ୍ଗର ପ୍ରିଣ୍ଟ ରହିବ, ଆଧାର ସଂଯୋଗ କରାଯିବ...
* ବାପା ପୁଅ ଅଲଗା ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ
* ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ...
* ଯଦି କୌଣସି ଗାଁ ରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ସେହିଭଳି ଗାଁକୁ କ୍ଲଷ୍ଟର କରାଯାଇ ଘର ଦିଆଯିବ...
* ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ, ଆନୁଷଙ୍ଗିକ ବ୍ୟବସ୍ଥା ଦିଆଯିବ...

ତେବେ ପୁର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁଁ ଅନେକ ହିତାଧିକାରୀ ବାଦ ପଡ଼ି ଥାଆନ୍ତି | ବିଗତ ଦିନରେ ଯେଉଁ ମାନେ ଯୋଗ୍ୟ ବଞ୍ଚିତ ହୋଇଛନ୍ତି ସେମାନେ ପାଇବେ | ଏଥିପାଇଁ ବିଭାଗର କର୍ମକର୍ତ୍ତା ତାଲିମ ନେବେ ଏବଂ ୨ ମାସ ଭିତରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ । ବିଧାନସଭାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଗତ ୫ ଆର୍ଥିକ ବର୍ଷରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୧୨,୦୦,୬୨୧ ଗୃହର ଧାର୍ଯ୍ୟଲକ୍ଷ୍ୟ ପ୍ରାପ୍ତ ହୋଇଛି । ସେଥିରୁ ୧୧,୭୬,୦୫୩ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବା ସ୍ଥଳେ ୭,୪୩,୩୨୧ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪,୩୨,୭୩୨ ଗୃହ ନିର୍ମାଣାଧୀନ ଅଛି । ସେହିପରି ଆହୁରି ଏକ ତଥ୍ୟ କହୁଛି ୨୦୧୬ ରୁ ୨୦୨୪ ମଧ୍ୟରେ ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ।

ବିଜେଡି ସରକାର ସମୟରେ ରାଜ୍ୟରେ ପକ୍କାଘରର ବଡ କେଳେଙ୍କାରୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ମାହାଙ୍ଗାରେ ଦିବ୍ୟସିଂହ ବରାଳ ଓ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବାର ଆସିଥିଲା ଅଭିଯୋଗ । ଆଉ  ମାହାଙ୍ଗା ଡବଲ ମଡ଼ର ଘଟଣାରେ ବିଜେଡି ସରକାରଙ୍କ ଘଣ୍ଟଘୋଡ଼ା ନୀତି ଦୁର୍ନୀତିକୁ ଦେଇଥଲା ପ୍ରଶୟ । ନିର୍ବାଚନ ସମୟରେ ବଡ଼ ପ୍ରସଙ୍ଗ ପାଲଟିଥିଲା ପକ୍କା ଘର ଦୁର୍ନୀତି । ତେବେ ଦୁର୍ନୀତି ପ୍ରସଙ୍ଗ ସାମ୍ନା କୁ ଆସିବା ପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଅଯୋଗ୍ୟ ଲୋକଙ୍କୁ ବାଦ ଦେବା ପରେ ଘର ଦିଆଯିବ ବୋଲି ଓଡିଶା କୁ ଜଣାଇ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମ ପରେ ଓଡିଶା କୁ ଆସିଥିଲା ସାଢ଼େ 9 ଲକ୍ଷ ପକ୍କା ଘର । ବିଜେଡି ସରକାର ସମୟରେ ପକ୍କା ଘର ଆବଣ୍ଟନ ରେ ହୋଇଥିଲା ବଡ଼ ଦୁର୍ନୀତି । ତେବେ ବର୍ତ୍ତମାନ ର ନୂଆ ସରକାର କେତେ ଅଯୋଗ୍ୟ ଙ୍କୁ ବାଦ ଦେଉଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର ।

Sponsored
Government to conduct new survey to identify eligible beneficiaries | Argus News