|
logo
Live

Argus News - ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ସରକାର ସ୍ମାର୍ଟ ମିଟର ଲଗାଇବେ

Odisha

Smart Meter / ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ସରକାର ସ୍ମାର୍ଟ ମିଟର ଲଗାଇବେ

Rashmita Mishra
Browse all articles by Rashmita Mishra
·3 months ago·2 min read
 ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ସରକାର ସ୍ମାର୍ଟ ମିଟର ଲଗାଇବେ
Smart Meter

Key Points

ସରକାର ଲଗାଇବେ ସ୍ମାର୍ଟ ମିଟର । 
କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ । 
ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି । 

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି... ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି । ୨ କିଲୋ ୱାଟ ଯାଏଁ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର । ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ଖର୍ଚ୍ଚ ହେବ ୮୮ କୋଟି ।

ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଶକ୍ତି ବିଭାଗର ବିଜ୍ଞପ୍ତି ଜାରି । ଉପଭୋକ୍ତାଙ୍କ କାନ୍ଧରେ କମ୍ ହେବ ଖର୍ଚ୍ଚ ଭାର । ଏବେ ଦୂର ହେବ ସ୍ମାର୍ଟ ମିଟର ବୋଝ । ସ୍ମାର୍ଟ ମିଟର ଲଗାଇବା ପାଇଁ ଲାଗୁଥିବା ଖର୍ଚ୍ଚରୁ ଏଣିକି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ଆଶ୍ଵସ୍ତି । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି । ୨ କିଲୋୱାଟ୍ ଯାଏଁ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ଲଗାଇବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୮୭ ପ୍ରତିଶତ ବିଦ୍ୟୁତ ଉପଭୋକ୍ତା ଲାଭବାନ ହେବେ । ୨୦୨୬-୨୭ଆର୍ଥିକ ବର୍ଷରୁ ଓଇଆରସି ଦ୍ୱାରା ଅନୁମୋଦିତ ଟାରିଫ ଜରିଆରେ ସ୍ମାର୍ଟ ମିଟର ସ୍ଥାପନ କାମ ଆଗକୁ ବଢ଼ାଯାଇଛି ।

ସ୍ମାର୍ଟ ମିଟର ଏକ ଚିପ୍ ବେସଡ୍ ମିଟର । ଯାହାଦ୍ୱାରା ଉପଭୋକ୍ତାଙ୍କୁ ସବୁ ଅପଡେଟ୍ ମୋବାଇଲ ମେସେଜରେ ମିଳିବ । ସଠିକ ରିଡିଂ ଆସିବ, ପ୍ରିପେଡ୍ ମିଟର ଥିବାରୁ ପୈଠ କରିଥିବା ବିଲ୍ ସରିବା ପୂର୍ବରୁ ମେସେଜ୍ ଆସିବ, ବିଲ୍ ପୈଠ ନ କଲେ ବିଦ୍ୟୁତ୍ ବିତରଣ କମ୍ପାନୀ ଅଫିସରୁ କନେକ୍ସନ କାଟି ଦେଇପାରିବ । ସ୍ମାର୍ଟ ମିଟର ଲଗାଇଲେ ମିଟର ରିଡିଂ ଅଧିକ ଆସୁଥିବା ଉପଭୋକ୍ତାଙ୍କର ଧାରଣା ରହିଛି। ଏ ନେଇ ଉପଭୋକ୍ତା ସଂଘ କହିଛି ନୂଆ ମିଟର ଲଗାଇବା ପୂର୍ବରୁ ସରକାର ଗ୍ରାହକଙ୍କୁ ସଚେତନ କରନ୍ତୁ ।

୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରୁ ୮,୭୫,୦୦୦ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smart Meter: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ସରକାର ସ୍ମାର୍ଟ ମିଟର ଲଗାଇବେ | Argus News