KIIT ପ୍ରସଙ୍ଗ: ଦୁଃଖ ବୁଝିଲେ ସରକାର, ପିଲାଙ୍କ ପାଇଁ ଘୁଞ୍ଚିବ ପରୀକ୍ଷା

ବିଧାନସଭାରେ ଉଠିଲା KIIT ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ। ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର। ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ପାଇଁ ଘୁଞ୍ଚାଯିବ ମିଡ୍ ସେମିଷ୍ଟାର ପରୀକ୍ଷା। ପିଲାଙ୍କୁ କ୍ୟାମ୍ପସ ଫେରିବାକୁ କଲେ ଅପିଲ୍। କିଟ୍ ପ୍ରସଙ୍ଗରେ ଆଜି ରହିଛି ପ୍ରଥମ ଶୁଣାଣି ।
ବିଧାନସଭାରେ ଉଠିଲା KIIT ନେପାଳୀ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ। ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ବର୍ବରୋଚିତ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହି ସବିଶେଷ ତଥ୍ୟ ନେଉଛନ୍ତି ।
📱 Get Argus News App
✨ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି କରିଛନ୍ତି ସରକାର । କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରିବା ସହ ମିଡ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ । ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର ।
ଏହି ଘଟଣାରେ ଆଜି ପ୍ରଥମ ଶୁଣାଣୀ ରହିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କିଟ୍ କଲେଜରେ ଅଶାନ୍ତି ଓ ରାଜରାସ୍ତାରେ ଛାତ୍ରଛାତ୍ରୀ, ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ଶୀର୍ଷକ ମୁଲତବି ଆଲୋଚନାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।