Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇ-କେୱାଇସି ଅପଡେଟ୍ ନକଲେ କଟିବ ରାସନ କାର୍ଡ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇ-କେୱାଇସି ଅପଡେଟ୍ ନକଲେ କଟିବ ରାସନ କାର୍ଡ ?

Key Points

  • ଇ-କେୱାଇସି ଅପଡେଟ୍ ନକଲେ କଟିବ ରାସନ କାର୍ଡ ?
  • ନାଁ ଓ ଆଧାରକାର୍ଡ ଯାଂଚ୍‌ ପରେ ହିତାଧିକାରୀ ଦେଉଛନ୍ତି ଦସ୍ତଖତ

ଅର୍ଗସ ବ୍ୟୁରୋ: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର । ଏଣିକି ଇ-କେୱାଇସି ନଥିଲେ କଟିବ କି ରାସନ କାର୍ଡ଼ ? କାରଣ ଡିଲରଙ୍କ ପାଖରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ହିତାଧିକାରୀଙ୍କ ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ଦସ୍ତଖତ ନହେଲେ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଅର୍ଥାତ୍‌ ଯେଉଁମାନେ ରାସନକାର୍ଡରେ ପଂଜୀକୃତ ହୋଇଛନ୍ତି ସେମାନଙ୍କର ହେଉଛି ଏହି ଯାଂଚ । ଯାଂଚ ପରେ ଇ-କେୱାଇସିରେ ଅପଡେଟ୍‌ କରୁଛନ୍ତି ଡିଲର । 

ରାସନକାର୍ଡଧାରୀଙ୍କର ଏବେ ଡିଲରଙ୍କ ପାଖରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । କାରଣ ଇ-କେୱାଇସି ଅପଡେଟ୍‌କୁ ନେଇ ଏବେ ସବୁଠି ଭିଡ । ଏହାରି ଭିତରେ ରାଜ୍ୟରେ ଅନେକ ସ୍ଥାନରେ ଇ-ପିଓଏସ୍ ମେସିନ ଠିକରେ କାମ କରୁନଥିବାରୁ ବିଳମ୍ବ ହେଉଥିବା ନେଇ ଅଭିଯୋଗ ଆସୁଛି ।
କେମିତି କରିବେ ଇ-କେୱାଇସି ଅପଡେଟ୍‌ ?
ପ୍ରଥମେ ଇ-କେୱାଇସି ଅପଡେଟ୍‌ ପାଇଁ ହିତାଧିକାରୀଙ୍କ ନାଁ ଯାଂଚ ହେଉଛି
ଇ-ପିଓଏସ୍ ମେସିନରେ ଟିପ ଚିହ୍ନ ଦେଇ ଆଧାର ଅପଡେଟ୍‌ ହେଉଛି
ଦରକାର ପଡ଼ିଲେ ହିତାଧିକାରୀଙ୍କ ଆଖିର ବି ସ୍କାନ ହେଉଛି
୩୦ ଦିନ ପର୍ଯ୍ୟନ୍ତ ଚାଲିବ ଇ-କେୱାଇସି ଅପଡେଟ୍‌ 

ଇ-କେୱାଇସି ଅପଡେଟ୍‌ । ଏବେ ହିତାଧିକାରୀଙ୍କ ଚିନ୍ତା ବଢିଛି । କାରଣ ଗାଁରେ ପ୍ରାୟ ପ୍ରତିଘରେ ହିତାଧିକାରୀ ଅଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଏବେ ଅନେକ ବିଦେଶରେ ଓ ବାହାର ରାଜ୍ୟରେ । ତେଣୁ କେହି କେହି ମାସେ ଭିତରେ ଆସିବା ସମ୍ଭବ ହେଉନି ବୋଲି ଲୋକେ କହୁଛନ୍ତି । ସେପଟେ ଇ-କେୱାଇସି ଯାଂଚକୁ ନେଇ ଗତକାଲି ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏକାଧିକ ବିଧାୟକ । ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ହିତାଧିକାରୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ପୂର୍ବ ସରକାର ଅମଳରେ ଅନେକ ବେଆଇନ ଭାବରେ ହାତେଇଛନ୍ତି ରାସନ କାର୍ଡ । ଘରେ ଗାଡି ଅଛି, କୋଠା ବି ଅଛି କିନ୍ତୁ ଏହାପରେ ବି ହାତେଇଥିଲେ ରାସନ । ସ୍ଥିତି ଏମିତି ହେଲା ଯେ ଥିଲାବାଲା ପାଇଥିଲେ, ନଥିଲା ବାଲାଙ୍କୁ କିଛି ମିଳିନଥିଲା । ଏନେଇ ବାରମ୍ବାର ଅଭିଯୋଗ ବି ହୋଇଥିଲା ହେଲେ ସେତେବେଳର ସରକାର ଏହାକୁ କର୍ଣ୍ଣପାତ କରିନଥିଲେ । ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେଣୁ ସେମାନଙ୍କୁ ବାଦ୍ ଦେବାକୁ ସରକାର ଆରମ୍ଭ କରିଛନ୍ତି ଇ-କେୱାଇସି ଯାଂଚ୍ । ସେପଟେ ରାସନକାର୍ଡ ପାଇଁ ୯ ଲକ୍ଷ ନୂଆ ହିତାଧୀକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତେବେ ସମୟ କହିବ କେବେ ରାସନ କାର୍ଡର ସରୁଛି ଝିଞ୍ଜଟ ।

 

Sponsored
E-KYC For Ration Cards | Argus News