Videos
|
Odisha

ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବ ନୂଆ ରାସନ କାର୍ଡ

Smruti Parija
Browse all articles by Smruti Parija
·1 year ago
ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବ ନୂଆ ରାସନ କାର୍ଡ

ଏପ୍ରିଲ 24ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବ ନୂଆ ରାସନ କାର୍ଡ । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପର୍ଯ୍ୟାୟକ୍ରମେ 5 ଲକ୍ଷ 90 ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଅନ୍ୟପଟେ ଏବେ ବି 25 ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସରମାନଙ୍କୁ ଫିଲ୍ଡ ଭିଜିଟ୍ କରି ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି, କିଏ ନାହାନ୍ତି, କଟାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


government-will-distribute-new-ration-cards-on-april-24 | Argus News