ଆବାସ ଘର କରିବାକୁ ସରକାର ମାଗଣା ବାଲି ଦେବେ
·1 year ago·1 min read

Key Points
ମାଗଣାରେ ମିଳିବ ୨ ଟ୍ରାକ୍ଟର ବାଲି
ହାଇଓ୍ବାରେ ଉଠାଇ ହେବନି ବାଲି
କେଉଁ ଗାଡିରେ ବାଲି ଉଠିବ, ସେନେଇ ଆସିବ ଏସଓପି
ଆବାସ ଘଣ ନିର୍ମାଣ ପାଇଁ ସରକାର ଦେବେ ମାଗଣା ବାଲି। ପିଏମ୍ ଆବାସ ଯୋଜନାରେ ଯେଉଁମାନେ ଘର କରିବେ ସେମାନଙ୍କୁ ସରକାର ୨ ଟ୍ରାକ୍ଟର ବାଲି ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀ ଯେଭଳି ଘର ତିଆରି କରିବା ପାଇଁ ଶସ୍ତାରେ ବାଲି ପାଇ ପାରିବେ ସେନେଇ ସରକାର ଏହି ପଦକ୍ଷେପ ନେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ସେହିଭଳି ବାଲି ଉଠାଣକୁ ନେଇ କହିଛନ୍ତି, ବାଲି ଉଠାଣ ପାଇଁ ହାଇଓ୍ବା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ବାଲି ଉଠାଣ ପାଇଁ ହାଇଓ୍ବା ବ୍ୟବହାର ହେଉଥିବାରୁ ରାସ୍ତା ଗୁଡିକ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ହାଇଓ୍ବା ବଦଳରେ ଅନ୍ୟଗାଡି ବ୍ୟବହାର ପାଇଁ ଆଲୋଚନା ହେଉଛି। କେତେ ବାଲି ଉଠାଣ ହେବ ଏବଂ କେଉଁ ଗାଡି ବ୍ୟବହାର କରାଯିବ ସେନେଇ ଏସଓପି ପ୍ରସ୍ତୁତ ହେଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: