Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷୀଙ୍କୁ ହଇରାଣ କଲେ, କଡ଼ା ଆକ୍ସନ ନେବେ ସରକାର

Odisha

ଚାଷୀଙ୍କୁ ହଇରାଣ କଲେ, କଡ଼ା ଆକ୍ସନ ନେବେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚାଷୀଙ୍କୁ ହଇରାଣ କଲେ, କଡ଼ା ଆକ୍ସନ ନେବେ ସରକାର

ଅର୍ଗସ ବ୍ୟୁରୋ:  ଫସଲବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଚାଷୀଙ୍କୁ ହଇରାଣ କଲେ, କି ଟାଳଟୁଳ ନୀତି ଦେଖାଇଲେ କଡ଼ା ଆକ୍ସନ ନେବେ ସରକାର । ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ଏ ସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । 24 ତାରିଖ ଯାଏ 20 ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି । ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାଇ କାମ କରିବା ଦରକାର ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।


ସେ ଆହୁରି ବି କହିଛନ୍ତି, ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଯାହା ଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେଉଛି । ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ । ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି । କୃଷି ବିଭାଗ ସହ ଆଲୋଚନା ହୋଇଛି । ସମବାୟ ବିଭାଗର ବି ଭୂମିକା ଅଛି । କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ଫଢ଼ନ୍ତୁ ଓଡିଶା ଖବର:

Raja Festival
Sponsored
Government will take strict action if farmers are harassed | Argus News