ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍

Key Points
ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍
ସଂସ୍କାର ଓ କଠୋର ଆଭିମୁ୍ଖ୍ୟ ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ
‘ଅଣସେବାୟତ ରଥ ଉପରକୁ ଚଢ଼ିଲେ ଗିରଫ ହେବେ’
ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନି’
‘ପହଣ୍ଡିରେ କେଉଁ ସେବାୟତ ରହିବେ ତାଲିକା ପ୍ରସ୍ତୁତ ହେବ’
ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାର ମୂଳକ ପଦକ୍ଷେପ । ଏଣିକି ଅଣ ସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ। ରଥ ଉପରକୁ ମୋବାଇଲ ବ୍ୟାନ୍ ହେବ। ଏଥର ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ। ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ
ରଥଯାତ୍ରା ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍ । ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଅଣସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ । ରଥ ଉପରେ ସେବାୟତ ମାନେ ମୋବାଇଲ ବ୍ୟବହାର କରିପାରିବେନି । ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ । ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ । ଛତିଶା ନିଯୋଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ରଥଯାତ୍ରା ସମୟରେ ରଥ ଉପରେ ମୋବାଇଲ୍ ବ୍ୟବହାର ମନା । ଗତକାଲି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଯଦି କେହି ଅଣସେବାୟତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏପରିକି ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ । ଗତବର୍ଷ ରଥ ଉପରକୁ ମୋବାଇଲ୍ ନେଇ କଟକଣା ଥିଲା । ଏହାସତ୍ତ୍ୱେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ । ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନଚିହ୍ନ ।