Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ଯୋଗୁଁ ଚିନ୍ତାରେ ଥିବା ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବର୍ଷା ଯୋଗୁଁ ଚିନ୍ତାରେ ଥିବା ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

Key Points

ବର୍ଷା ଯୋଗୁଁ ଚିନ୍ତାରେ ଥିବା ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

FAQ ମାନ କମ୍ ଥିଲେ ବି ମଣ୍ଡିରେ କିଣାଯିବ ଧାନ

ଓଦା ଧାନ ଶୁଖାଇ ବିକ୍ରି ପାଇଁ ଗାଷୀଙ୍କୁ ମିଳିବ ଅଧିକ ମହଲତ

ମିଲର ଓ ଦଲାଲଙ୍କ ଠକେଇର ଶିକାର ବିନା ବୋନସ୍ ପାଇବେ ସତ ଚାଷୀ

ଅର୍ଗସ ବ୍ୟୁରୋ :  ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ । ନା ମଣ୍ଡି ଖୋଲୁଛି । ନା ଧାନ ବିକ୍ରି ହୋଇ ପାରୁଛି । ଏଭଳି ସ୍ଥିତି ରେ ସରକାରୀ ବ୍ୟବସ୍ଥାରେ ଧାନ କିଣାରୁ କେହି ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ବର୍ଷାରେ ଓଦା ହୋଇ ଧାନର FAQ ମାନ କମ ଥିଲେ ବି ସରକାର ଧାନ କିଣିବେ । ଏଥିପାଇଁ ସବୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦିଆଯାଇଛି । ଏହା ଛଡା ଓଦା ଧାନ ଶୁଖେଇ ମଣ୍ଡି ରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ । ଏପରିକି ଯେଉଁ ଚାଷୀଙ୍କ ଟୋକନ ଲାପ୍ସ କରିଥିବ ତାଙ୍କୁ ଧାନ ବିକ୍ରି ପାଇଁ ଅଧିକ 15 ଦିନ ମହଲତ ଦିଆଯିବ ।


ରାଜ୍ୟ ରେ ଏବେ ବି ୧୬ ଜିଲ୍ଲାରେ ଖୋଲିନି ମଣ୍ଡି । କିଛି ଯାଗାରେ କଟନୀ ଛଟନୀ ହେଉଥିବାର ଅଭିଯୋଗ ଆଣିଛନ୍ତି ଚାଷୀ । ସୂବର୍ଣପୁର ଡୁଙ୍ଗୁରିପାଳି ବ୍ଲକ ସାରସମାଲ ଧାନ ମଣ୍ଡିରେ କଟନୀ ଛଟନୀ ପ୍ରତିବାଦରେ ଆଜି ସୁବର୍ଣପୁର- ବରଗଡ ରାସ୍ତାରେ ଧାନ ବସ୍ଥା ରଖି ପ୍ରତିବାଦ କରିଥିଲେ ଚାଷୀ । ସେପଟେ କୋଟପାଡରେ ମଣ୍ଡିରୁ ଧାନ ଉଠାଇବା ଦାବିରେ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛି କେୋଟପାଡ କୃଷକ କଲ୍ୟାଣ ମଞ୍ଚ । ଏ ପର୍ଯ୍ୟନ୍ତ ସାଢେ ସାତ ଲକ୍ଷ ମେଟ୍ରିକ ଟନ ଧାନ ବିକ୍ରି ହୋଇସାରିଥିବା ବେଳେ ଦେଢ ଲକ୍ଷ କୃଷକଙ୍କ ଆକାଉଣ୍ଟ ଙ୍କୁ ସିଧା ଟଙ୍କା ଯାଇଛି । ସରକାର ଙ୍କ ଘୋଷଣା ଅନୁସାରେ କ୍ବିଣ୍ଟାଲ ପିଛି ୩୧୦୦ ଟଙ୍କା ହିସାବରେ ପ୍ରାୟ 2100 କୋଟି ଟଙ୍କା ଚାଷୀଙ୍କୁ ଦିଆ ସରିଲାଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored