Videos
|
Odisha

ଲକ୍ଷ୍ମଣାନନ୍ଦଙ୍କ ବଳିଦାନ ଦିବସରେ ସରକାରଙ୍କ ବଡ଼ ଘୋଷଣା

Manini Pattanayak
Browse all articles by Manini Pattanayak
·2 years ago·3 min read
ଲକ୍ଷ୍ମଣାନନ୍ଦଙ୍କ ବଳିଦାନ ଦିବସରେ ସରକାରଙ୍କ ବଡ଼ ଘୋଷଣା

କନ୍ଧମାଳ: କନ୍ଧମାଳରେ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବେନାହିଁ। ବେଦାନ୍ତକେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଏହି ପଣ ତାଙ୍କ ପ୍ରାଣ ପାଇଁ ହେଲା କାଳ। ହେଲେ ସନାତନ ସଂସ୍କୃତିର ଏହି ମହାନ ରକ୍ଷକଙ୍କ ହତ୍ୟାକାରୀଙ୍କ ଉପରୁ ୧୬ ବର୍ଷ ପରେ ବି ହଟିପାରିଲାନି ପରଦା। ଦୁଇ ଦୁଇଟି ତଦନ୍ତ କମିଶନର ରିପୋର୍ଟକୁ ବି ସାର୍ବଜନୀନ କଲେନାହିଁ ନବୀନ ସରକାର। କିନ୍ତୁ ମୋହନ ସରକାର ସେହି ଭୁଲ କରିବେ ନାହିଁ। ଖୁବଶୀଘ୍ର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । ଆଜି ଜଲେଶପଟ୍ଟା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ ।

ଆଉ ସ୍ବୀମୀଜୀଙ୍କ ଜନ୍ମସ୍ଥାନ ଗୁରୁଜଙ୍କରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ...  କନ୍ଧମାଳରେ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବେନାହିଁ। ବେଦାନ୍ତକେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଏହି ପଣ ତାଙ୍କ ପ୍ରାଣ ପାଇଁ ହେଲା କାଳ। ହେଲେ ସନାତନ ସଂସ୍କୃତିର ଏହି ମହାନ ରକ୍ଷକଙ୍କ ହତ୍ୟାକାରୀଙ୍କ ଉପରୁ ୧୬ ବର୍ଷ ପରେ ବି ହଟିପାରିଲାନି ପରଦା। ଦୁଇ ଦୁଇଟି ତଦନ୍ତ କମିଶନର ରିପୋର୍ଟକୁ ବି ସାର୍ବଜନୀନ କଲେନାହିଁ ନବୀନ ସରକାର। କିନ୍ତୁ ମୋହନ ସରକାର ସେହି ଭୁଲ କରିବେ ନାହିଁ। ଖୁବଶୀଘ୍ର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। 
 ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରଚାର ସହ କନ୍ଧମାଳରେ ଜାତି ଓ ଜମି ହଡପ ବିରୋଧରେ ଆଦାବାସୀଙ୍କ ସ୍ବାର୍ଥର ପ୍ରହରୀ ଥିଲେ ସ୍ବୀମୀଜୀ। ତେଣୁ ସ୍ବାମୀଜୀଙ୍କୁ ନ୍ୟାୟ ଦେବାରେ ବିଳମ୍ବକୁ ନେଇ କନ୍ଧମାଳବାସୀ କ୍ଷୁବ୍ଧ। ରାଜ୍ୟରେ ସରକାର ବଦଳିଥିବାରୁ ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଆଶାବାଦୀ ଉଭୟ କନ୍ଧମାଳବାସୀ। ଆଜିଯାଏ 2008ର ଜନ୍ମାଷ୍ଟମୀ କାଳ ରାତି କଥା ସେମାନେ ଭୁଲିପାରି ନାହାନ୍ତି। 
 
 ବଳିଦାନ ଦିବସରେ ପ୍ରତିବର୍ଷ ପରି କନ୍ଧମାଳ ଜଲେଶପଟ୍ଟା ଆଶ୍ରମରେ ଅନୁଷ୍ଠିତ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା। ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ ରବିନାରାୟଣ ନାଏକ ଓ ସୂର୍ଯ୍ୟବଂଶୀ ସୂରଜ ଏଥିରେ ଯୋଗଦେଇ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ସ୍ବୀମୀଜୀଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଜଲେଶପଟ୍ଟା କନ୍ୟାଶ୍ରମ ପକ୍ଷରୁ କଳସ ଯାତ୍ରା, ଗୋ ପୂଜା, ନାମ ସଂକୀର୍ତ୍ତନ,ବେଦପାଠ, ମହାଯଜ୍ଞର ଆୟୋଜନ କରାଯାଇଥିଲା ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମସ୍ଥାନ ତାଳଚେର ଗୁରୁଜାଙ୍ଗରେ ପହଂଚି ସ୍ବାମୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

 ୧୬ ବର୍ଷ ତଳେ ସେଦିନ ବି ଥିଲା ଜନ୍ମାଷ୍ଟମୀ। ଉତ୍ସବ ମୁଖର ଥିଲା କନ୍ଧମାଳ ଜଲେଶପଟ୍ଟା କନ୍ୟାଶ୍ରମ। ହଠାତ୍ ଗର୍ଜି ଉଠିଲା ଆତତାୟୀଙ୍କ ବନ୍ଧୁକରୁ ଗୁଳି । ଟଳି ପଡ଼ିଲେ ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର 5 ଅନୁଗାମୀ । ସେହି ନିର୍ମମ ନରସଂହାର ଘଟଣାର ଆକ୍ରୋଶ ସାରା ରାଜ୍ୟରେ ଦେଖିବାକୁ ମିଳିଲା। ବାଧ୍ୟ ହୋଇ ନବୀନ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଦୁଇ ଦୁଇଟି କମିଶନ ବସିଲା। କମିଶନ ରିପୋର୍ଟ ବି ଦେଲେ। କିନ୍ତୁ କିଏ ହତ୍ୟାକାରୀ ଓ କିଏ ଷଡ଼ଯନ୍ତ୍ରକାରୀ ତାହା ଆଜିଯାଏ ଉନ୍ମୋଚିତ ହୋଇପାରିଲା ନାହିଁ । ଏପରିକି ଏ ମାମଲାରେ ଯେଉଁ 7 ଜଣକୁ ଗିରଫ ବି କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଜାମିନରେ ଆସି ବାହାରେ ବୁଲୁଛନ୍ତି। ଏଥିସହ ଏ ହତ୍ୟାକାଣ୍ଡର ପଛରେ ମାଓ ନେତା ଆଜାଦ ଓ ସବ୍ୟସାଚୀଙ୍କ ଭୂମିକା ଉପରୁ ମଧ୍ୟ 15 ବର୍ଷ ପରେ ବି ପରଦା ଉଠି ପାରିଲା ନାହିଁ। ଯାହା ଦୋଷୀଙ୍କୁ ଦଣ୍ଡିତ କରିବା ନେଇ ତତକାଳୀନ ବିଜେଡି ସରକାରଙ୍କ ଆଭିମୁଖ୍ୟ ଉପରେ ଉଠଇଛି ପ୍ରଶ୍ନ।   2008 ପୂର୍ବରୁ ବି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ବହୁବାର ହତ୍ୟା ଉଦ୍ୟମ ହୋଇଥିଲା। ୨୦୦୭ ଡିସେମ୍ବର ୨୫ ଦାରିଙ୍ଗିବାଡ଼ିରେ ସ୍ବାମୀଜୀ ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ସେ ଧର୍ମାନ୍ତରୀକରଣକୁ ବିରୋଧ ଏବଂ କନ୍ଧମାନଙ୍କର ଅଧିକାର ପାଇଁ ଲଢେଇ କରୁଥିବାରୁ ବିଦେଶୀ ଶକ୍ତିଙ୍କ ସହାୟତାରେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ନେଇ ନିଜେ ଆଶଙ୍କା ବ୍ୟକ୍ତ କରିଥିଲେ ସ୍ବାମୀ ଲକ୍ଷ୍ମଣାନନ୍ଦ। 

 କନ୍ଧମାଳବାସୀଙ୍କ ପାଇଁ ସ୍ବାମୀଜୀ ଥିଲେ ଦେଵତୁଲ୍ୟ । ଆଦିବାସୀଙ୍କୁ ଶିକ୍ଷିତ ଓ ଆର୍ଥୀକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଜଳ ସେଚନ, କୃଷିର ବିକାଶ, ପଶୁ ପାଳନ ମାଧ୍ୟମରେ ଜିଲାବାସୀଙ୍କ ଆର୍ଥିକ ପ୍ରଗତି ପାଇଁ ସେ ଲଗାତାର ଉଦ୍ୟମ କରୁଥିଲେ। ଏଥସହ ଜଲେଶପଟ୍ଟା ଓ ଚକାପାଦରେ ଦୁଇ ଦୁଇଟି ସଂସ୍କୃତ କନ୍ୟାଶ୍ରମ ପ୍ରତିଷ୍ଠା କରି ଆଦିବାସୀ ଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ ସହ ସ୍ବାବଲମ୍ବୀ ବନାଇବା କ୍ଷେତ୍ରରେ ବେଦାନ୍ତକେଶରୀ ସ୍ଵାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କର ବହୁତ ବଡ଼ ଅବଦାନ ଥିଲା। ସମାଜସେବାରେ ଜୀବନକୁ ଉତ୍ସର୍ଗ କରିଦେଇଥିବା ଜଣେ ୮୪ ବର୍ଷୀୟ ସନ୍ୟାସୀଙ୍କ ହତ୍ୟାକାରୀକୁ ଧରିବାରେ କାହିଁକି ଆନ୍ତରିକତା ଦେଖାଉନଥିଲେ ବିଜେଡି ସରକାର ଏ ପ୍ରଶ୍ନ ସମସ୍ତଙ୍କୁ ବ୍ୟଥିତ କରିଛି । କନ୍ଧମାଳ ଜଲେସପଟ୍ଟା ଆଶ୍ରମରୁ କ୍ୟାମେରା ପର୍ସନ ଉମେଶ   

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Government's big announcement on Laxmananda's Sacrifice Day | Argus News Odia