ସରକାରଙ୍କ ନୂଆ ସ୍ମିମ୍ ! ସବୁ ସ୍କୁଲରେ ଖୋଲିବ ଶିଶୁବାଟିକା, ଅଙ୍ଗନବାଡ଼ି ପରେ ସେଇଠି ପଢ଼ିବେ ପିଲା

ପ୍ରାଥମିକ ବିଦ୍ୟାଳୟରେ ଖୋଲିବ 'ଶିଶୁବାଟିକା' । ଅଙ୍ଗନଓ୍ବାଡ଼ି ଶିକ୍ଷା ସମାପ୍ତ ପରେ 'ଶିଶୁବାଟିକା'ରେ ପଢ଼ିବେ ପିଲା । ବାଲେଶ୍ୱରର ବିଦ୍ୟାଳୟରେ ‘ଶିଶୁବାଟିକା’ ଖୋଲାଯିବା ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । 'ଶିଶୁବାଟିକା' ଭଳି ଯୋଜନା ବୈଷୟିକ ସ୍ତରରେ ନୂଆ ପରିଚୟ ଦେବ ।
ଜାତୀୟ ଶିକ୍ଷା ନୀତି ୨୦୨୦କୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ଯାହା ପୂର୍ବ ବିଜେଡି ସରକାର ଲୋକ ଦେଖାଣିଆ ଭାବେ ସ୍ୱୀକାର କରିଥିଲେ ସତ କିନ୍ତୁ ଲାଗୁ କରି ନଥିଲେ । ଏହାଲାଗୁ ହେବା ଦ୍ବାରା ସ୍କୁଲ ମାନଙ୍କରେ ଶିଶୁବାଟିକା କରାଯିବ । ରାଜ୍ୟ ସରକାରଙ୍କ ଏହି ନୂଆ ପଦକ୍ଷେପକୁ ଅଭିଭାବକ ଓ ଶିକ୍ଷକ ମାନେ ପ୍ରଂଶସା କରିଛନ୍ତି ।
ଆସନ୍ତା ସେପଟେମ୍ବର ୧ ରୁ ଶିକ୍ଷାବର୍ଷ ଆରମ୍ଭ ହେବ । ଏହି ଶିକ୍ଷା ବର୍ଷରୁ ସମସ୍ତ ପ୍ରାଇମେରୀ ସ୍କୁଲରେ ‘ଶିଶୁବାଟିକା’ ଖୋଲିବ । ସେଠାରେ ୫ରୁ ୬ ବର୍ଷ ପିଲାଙ୍କର ନାମ ଲେଖାଯିବ। କାରଣ ଜାତୀୟ ଶିକ୍ଷା ନୀତି ୨୦୨୦ ନିର୍ଦେଶ କ୍ରମେ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ସେହି ଅନୁସାରେ ୨୦୨୫-୨୬ ଶିକ୍ଷାବର୍ଷ ଠାରୁ ୬ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । କେନ୍ଦ୍ରୀୟ ବିଦ୍ୟାଳୟର ‘ବାଲବାଟିକା’ପରି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯିବ।
ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ ହେବା ପରେ ପିଲା ସିଧାସଳଖ ପ୍ରଥମ ଶ୍ରେଣୀରେ ନ ପଢ଼ି ଶିଶୁ ବାଟିକାରେ ପଢ଼ିବେ । ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରିବା ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଆଧାରରେ ବାଲେଶ୍ୱରର ବିଦ୍ୟାଳୟରେ ‘ଶିଶୁବାଟିକା’ ଖୋଲାଯିବା ପ୍ରସ୍ତୁତି ଚାଲିଛି । ପୂର୍ବ ସରକାର ବେଳେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକଙ୍କ ସଂଖ୍ୟା କମ୍ ଥିଲା । ତେଣୁ ଶିକ୍ଷକଙ୍କ ଅଭାବ ଦୂର କରିବା ଦିଗରେ ସରକାର ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି ।
ଜାତୀୟ ଶିକ୍ଷା ନୀତି ରେ 'ଶିଶୁ ବାଟିକା' ଭଳି ଯୋଜନା ବୈଷୟିକ ସ୍ତରରେ ନୂଆ ପରିଚୟ ଦେବ ଶିକ୍ଷାକ୍ଷେତ୍ର ରେ । ଯେଉଁଥିରେ ଓଡ଼ିଶାର ବିର ଗାଥାର କାହାଣୀ ରହିବ, ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଭାସ୍କର୍ଯ୍ୟ କଥା କୁ ନେଇ ତିଆରି ହେବ ନୂଆ ସିଲାବଶ ।