Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି-ଡିଜିପି

Smruti Parija
Browse all articles by Smruti Parija
·1 year ago·2 min read
ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି-ଡିଜିପି

Key Points

ଶରଧାବାଲିରେ ଅଘଟଣ ପରେ ସରକାରଙ୍କ ତତ୍ପରତା

ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ

ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି 

ଶରଧାବାଲିରେ ଅଘଟଣ ପରେ ସରକାରଙ୍କ ତତ୍ପରତା । ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି ୱାଇ ବି ଖୁରାନିଆ । କହିଲେ, ‘ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ’ । । ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି ।


ସେପଟେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ଆଇନମନ୍ତ୍ରୀ । କହିଲେ, ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏନେଇ ନେବେ ପଦକ୍ଷେପ । ଆକ୍ସନ ଓ ତଦନ୍ତ ନେଇ ଖୁବ ଶୀଘ୍ର ନିଆଯିବ ନିଷ୍ପତ୍ତି । ଭକ୍ତ ମୋବାଇଲ୍‌ରେ ଫଟୋ ନେବାରୁ ସମସ୍ୟା ହେଉଛି ।


ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ କହିଲେ ଆଇନ ମନ୍ତ୍ରୀ । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଦିଆଯିବ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଲ୍ଲାପାଳଙ୍କ କହିବା କଥା ସକାଳେ ମହାପ୍ରଭୁଙ୍କ ପହୁଡ ଖୋଲିବା ପରେ ହଠାତ୍ ଭିଡ ଜମିଥିଲା । ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ । ମେଡିକାଲ୍‌ ସୂଚନା ଅନୁସାରେ ୬ ଆହତ ହୋଇଛନ୍ତି, ଭଲ ଅଛନ୍ତି । କିପରି ଘଟିଲା ଅନୁଧ୍ୟାନ କରିବୁ, ଏବେ ଦର୍ଶନ ବ୍ୟବସ୍ଥା ଦେଖୁଛୁ ।


ଅନ୍ୟପଟେ ଦଳାଚକଟାରେ ମୃତ 3 ଭକ୍ତଙ୍କ ପରିଚୟ ମିଳିଛି । ଖୋର୍ଦ୍ଧା ବାଲିପାଟଣାର ୫୨ ବର୍ଷୀୟା ପ୍ରଭାତୀ ଦାସ ମୃତ । ଭୁବନେଶ୍ୱର ନୟାପଲ୍ଲୀର ୭୮ ବର୍ଷିୟ ପ୍ରେମକାନ୍ତ ମହାନ୍ତି । ଖୋର୍ଦ୍ଧା ଗୋଡ଼ଭଙ୍ଗାର ୪୨ ବର୍ଷିୟା ବାସନ୍ତୀ ସାହୁ ମୃତ ।


ଗତକାଲି ଅପରାହ୍ନରେ ତିନି ରଥ ଟଣା ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧା ବାଲିରେ ଲାଗିଥିଲେ । ତା ପରଠାରୁ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଥିଲା । ମଧ୍ୟ ରାତ୍ରି ପ୍ରାୟ 12 ଟା 20 ମିନିଟ ସମୟରେ ଠାକୁରଙ୍କର ପହଡ଼ ହୋଇଥିଲା। ରାତି ତମାମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କୁ ସୁଅ ଛୁଟୁଥିଲା । ଭୋର 4ଟା 20 ମିନିଟି ସମୟରେ ଫହଡ଼ ଫିଟା ହୋଇଥିଲା । ସେତେବେଳକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କର ସମାଗମ ଥିଲା ।

Sponsored
governments-prompt-action-after-the-incident-in-sharadhabali-everyone-should-follow-the-instructions-of-the-police-said-dgp | Argus News