Government vs Doctor / ସରକାରଙ୍କ କଡ଼ା ଚେତାବନୀ, ୬ ମାସ ଯାଏ କରିପାରିବନି ଆନ୍ଦୋଳନ

Key Points
ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି ।
ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଡାକ୍ତରଖାନା, ଏରିଆ ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମୁନସିପାଲ ହସ୍ପିଟାଲ୍, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ।
ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ଅସୁବିଧା ନହୁଏ ଓ 'ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ଏହି ଆଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପୋଲିସ କର୍ତ୍ତୃପକ୍ଷ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି ।
ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ ର ସଦସ୍ୟମାନେ ଦାବିକରିଥିବା ସମସ୍ୟାଗୁଡ଼ିକର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା କିନ୍ତୁ ସେଠାରେ କୌଣସି ସମାଧାନ ନ ହେବାରୁ ଆନ୍ଦୋଳନ ବୃଦ୍ଧି ପାଇଥିଲା । ସେପଟେ ଏହାକୁ ଦୁର୍ଭାଗ୍ୟଜନକ କହିଲେ ଆନ୍ଦୋଳନରତ ଡାକ୍ତର ।
📱 Get Argus News App
✨Related Topics
Explore more stories