Republic Day; ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

Key Points
ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଡଃ ହରିବାବୁ ଖମ୍ଭମପତି
ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଡଃ ହରିବାବୁ ଖମ୍ଭମପତି । ଏଥର ପରେଡ଼ରେ 43ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ଲାଗି ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି ।
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, SOG କମାଣ୍ଡୋ, ଓଡ଼ିଶା ଆକ୍ସନ ଫୋର୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଓଡିଶା ଡିଜାଷ୍ଟର ଫୋର୍ସ, ଆର୍ମଡ଼ ପୋଲିସ ରିଜର୍ଭ, ହୋମ ଗାର୍ଡ, NCC ଉଭୟ ଜଳ, ସ୍ଥଳ ଓ ବାୟୁ ସେନା , ସୈନିକ ସ୍କୁଲ ବ୍ୟାଣ୍ଡ, କ୍ୟାପିଟାଲ ହାଇସ୍କୁଲ କଣ୍ଟିଜେଣ୍ଟ ପ୍ରମୁଖ ପରେଡରେ ସାମିଲ ହୋଇଛନ୍ତି ।
📱 Get Argus News App
✨ସେହିପରି କଟକରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ କଟକ ବିଡାନାସି ମିନି ଷ୍ଟାଡିୟମରେ ପାଳନ ହୋଇଯାଇଛି । ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ।
କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ତନ୍ତ୍ର ଦିବସ ପାଇଁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଚଳିତ ବର୍ଷ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଥିବାରୁ ପ୍ରଥମ ଥର କରି ବାରବାଟୀ ପରିବର୍ତ୍ତେ ବିଡାନାସୀ ମିନି ଷ୍ଟାଡିୟମ୍ ରେ ପାଳିତ ହେଉଛି ସାଧାରଣ ତନ୍ତ୍ର ଦିବସ ।
