Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

FM କଲେଜ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ, ମାଗିଲେ ରିପୋର୍ଟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
FM କଲେଜ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ, ମାଗିଲେ ରିପୋର୍ଟ

Key Points

ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାନସିକ ସ୍ଥିତି, ଗରିମା ସୁରକ୍ଷିତ ରହିବା ଉଚିତ୍ ।

ଭବିଷ୍ୟତରେ ଏଭଳି ଘଟଣା ନଘଟୁ ସେଥିପାଇଁ କର୍ତ୍ତୃପକ୍ଷ ଦାୟିତ୍ୱବାନ ହୁଅନ୍ତୁ' ।

ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ଭିତରେ ପୂରା ଘଟଣାର ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇ ବିସ୍ତୃତ ତଥ୍ୟ ମାଗିଛି । କେଉଁ ସ୍ଥିତିରେ ଏଭଳି ଘଟିଲା, କଣ ପଦକ୍ଷେପ ନିଆଯାଇଛି ତଥ୍ୟ ମାଗିଛି । ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଉତ୍ତରଦାୟୀ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି' ।

'ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍‌ସ ନିର୍ଦ୍ଦେଶକଙ୍କ ସହ କଥା ହୋଇଛି । ଦିଲ୍ଲୀ ଏମ୍‌ସର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଚିକିତ୍ସାରେ ସହଯୋଗ କରୁଛି । ଛାତ୍ରୀ ଶୀଘ୍ର ସୁସ୍ଥ ହୁଅନ୍ତୁ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାନସିକ ସ୍ଥିତି, ଗରିମା ସୁରକ୍ଷିତ ରହିବା ଉଚିତ୍ । ଭବିଷ୍ୟତରେ ଏଭଳି ଘଟଣା ନଘଟୁ ସେଥିପାଇଁ କର୍ତ୍ତୃପକ୍ଷ ଦାୟିତ୍ବବାନ ହୁଅନ୍ତୁ' ।

ଅନ୍ୟପଟେ ଆଜି ଏହି ଘଟଣାରେ ନିଲମ୍ବିତ ପ୍ରିନ୍ସିପାଲ ଦିଲିପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲିପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଆରମ୍ଭରୁ ଦିଲିପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ଏହି ଘଟଣାରେ ପ୍ରଥମେ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ ।

ଏପଟେ AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ୱାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Governor intervenes in FM College incident, seeks report | Argus News