Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରି ଓପନ୍ ହେଲା ଗୋବିନ୍ଦ ସାହୁ ଡେଥ୍ ମିଷ୍ଟ୍ରିର ଫାଇଲ୍

Banajyotshna Ray
Browse all articles by Banajyotshna Ray
·10 months ago·2 min read
ରି ଓପନ୍ ହେଲା ଗୋବିନ୍ଦ ସାହୁ ଡେଥ୍ ମିଷ୍ଟ୍ରିର ଫାଇଲ୍

Key Points

ପୁଣି ଫେରିଲା-ଗୋବିନ୍ଦ- ମମିତା-ଆଉ ରାଜନେତା ରହସ୍ୟ
ରି ଓପନ୍ ହେଲା ଗୋବିନ୍ଦ ସାହୁ ଡେଥ୍ ମିଷ୍ଟ୍ରିର ଫାଇଲ୍
କଣ୍ଟାବାଞ୍ଝି ଜେଲ ଯାଇ ତନାଘନା କଲା କ୍ରାଇମବ୍ରାଞ୍ଚ

20, ଡିସେମ୍ବର 2022, କଣ୍ଟାବାଞ୍ଝି ଜେଲରେ ଅତି ରହସ୍ୟଜନକ ଭାବେ ମୃତ୍ୟୁ ହୋଇଗଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର। ଯାହାକୁ ନେଇ ଉଠିଲା ପ୍ରଶ୍ନ। ଇଏ ହେଉଛି ସେହି ସ୍ଥାନ। ଏଇ ସ୍ଥାନରେ ଜଣେ ବେକରେ ଗାମୁଚ୍ଛା ଦେଇ କିଭଳି ସୁଇଅସାଇଡ୍ କଲା ତାକୁ ନେଇ ବଢିଲା ସସପେନ୍ସ। ହାତ ଲେଖା ଚିଠି ବି ଗାଏବ୍ ହୋଇଗଲା। ଘର ଲୋକ ଅଭିଯୋଗ ଆଣିଥିଲେ ଇଏ ପ୍ରିପ୍ଲାନଡ୍ ମର୍ଡର । ଆଉ ସନ୍ଦେହ କରିଥିଲେ ଯେଉଁମାନେ ଯାଉଥିଲେ ମାହାଲିହ୍ଗ କଲେଜ ସେହିମାନେ ହିଁ କରିଛନ୍ତି ହତ୍ୟା । ଅଙ୍ଗୁଳି ଉଠାଇଥିଲେ ସେତେବେଳର ପାୱାରଫୁଲ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ଆଡକୁ ।

ଏବେ ନଜର ପକାଇବା ପୁରା ଘଟଣା ଉପରେ। କଳାହାଣ୍ଡି ଗୋଲାମୁଣ୍ଡା ସନସାଇନ୍ ସ୍କୁଲ ଓ ମହାଲିଙ୍ଗ କଲେଜର ମାଲିକ ଥିଲା ଗୋବିନ୍ଦ ସାହୁ । ସନସାଇନ୍ ସ୍କୁଲରେ ପ୍ରିନସପାଲ୍ ଥିଲେ ମମିତା ମେହେର। ସେହି କଲେଜକୁ ବିଭିନ୍ନ ସମୟରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମୁଖ ଯାଇଥିଲେ।

କାଲି ସେତିକି ନୁହେଁ ଦିବ୍ୟଙ୍କ ଖାସ୍ ଗୋବିନ୍ଦଙ୍କ ସ୍କୁଲ ଓ କଲେଜକୁ ସରକାରୀସ୍ତରରେ ମିଳିଥିଲା ଅହେତୁକ ଅନୁକଂପା । ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତାଙ୍କ ହତ୍ୟା ବଢାଇଲା ସନ୍ଦେହ। ଗୋବିନ୍ଦ ଜେଲରୁ ଫେରାର ହେବା ପୁଣି ଧରାହେବା ପଛରେ ଦିବ୍ୟଶଙ୍କର ହାତ ଅଭିଯୋଗ ବି ଆସିଲା। ତେବେ ଜେଲ ଭିତରେ ଗୋବିନ୍ଦଙ୍କ ମୃତ୍ୟୁ ରହିଯାଇଥିଲା ରହସ୍ୟ ଭିତରେ। ଏବେ କ୍ରାଇମବ୍ରାଞ୍ଚ ଖୋଲିଛି ଗୋବିନ୍ଦ ଫାଇଲ୍। ଫାଇଲ୍ ବନ୍ଦ ହେଇଯାଇଥିଲା ପୁଣି ଖୋଲିଲା। ସେପଟେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ମମିତାଙ୍କୁ ନ୍ୟାୟ ମିଳିବ । ପୁଣି ମମିତା ମେହେର ଓ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ପୁଣି ବଢିଛି ସସପେନ୍ସ। ଆଉ ବଢିଛି ଦିବ୍ୟଶଙ୍କରଙ୍କ ଅଡୁଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reopened: Govind Sahu Death Mystery Case File | Argus News | Argus News