Videos
|
Odisha

ଗୋବିନ୍ଦ ଦ୍ୱାଦଶୀ ବୁଡ଼, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋବିନ୍ଦ ଦ୍ୱାଦଶୀ ବୁଡ଼, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ଦୀର୍ଘ ୧୬ ବର୍ଷ ପରେ ଆଜି ପଡ଼ୁଛି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼। ଏହି ଅବସରରେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇବେ। ଦୀର୍ଘ ବର୍ଷ ପରେ ଏହି ବିରଳ ଯୋଗ ପଡୁଥିବାରୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ହୋଇଛି। ସୁରକ୍ଷିତ ସ୍ନାନକୁ ଦୃଷ୍ଟିରେ ରଖି ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡ ମୁତୟନ ରହିବେ।


ତେବେ ବୁଡ଼ ପକାଇବା ପାଇଁ ଯେଉଁ ଶ୍ରଦ୍ଧାଳୁ ମାନେ ଆସିବେ ସେମାନେ ଗୋଟିଏ ସ୍ଥାନରେ ଏକତ୍ରିତ ନହୋଇ ସମୁଦ୍ର କୂଳର ଯେଉଁ ସ୍ଥାନରେ ଚାହିଁବେ ବୁଡ଼ ପକାଇ ପାରିବେ। ଶ୍ରୀମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଶେଷ ହୋଇ ବୁଡ଼ ପକାଇବା କାର୍ଯ୍ୟ ଆରମ୍ଭ ହେବ । ହିନ୍ଦୁ ଧାର୍ମିକ ରୀତିରେ ପ୍ରତି ମାସର ଦ୍ୱାଦଶୀ ତିଥିକୁ ପରମ ପବିତ୍ର ଭାବରେ ଗ୍ରହଣ କରାଯାଏ। ଏଣୁ ପ୍ରତି ମାସର ଦ୍ୱାଦଶୀ ‘କୃଷ୍ଣ’ ଓ ‘ଶୁକ୍ଳ’ ଭେଦରେ ଦ୍ୱିବିଧ। ବିଭିନ୍ନ ମାସର ଏହି ଦ୍ୱାଦଶୀଗୁଡ଼ିକର ଭିନ୍ନଭିନ୍ନ ନାମ ଓ ମହତ୍ତ୍ୱ ରହିଛି। ସେହି ଭାବରେ ଫାଲଗୁନ ଶୁକ୍ଳ ଦ୍ୱାଦଶୀ ‘ଗୋବିନ୍ଦ ଦ୍ୱାଦଶୀ’ ରୂପେ ନାମିତ। ଭଗବାନ ବିଷ୍ଣୁଙ୍କର ଫାଲଗୁନ ମାସର ନାମ ମଧ୍ୟ ଗୋବିନ୍ଦ।

ଫାଲଗୁନ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ ସେହି ତିଥିରେ ତୀର୍ଥସ୍ଥାନମାନଙ୍କରେ ସ୍ନାନଯୋଗ ପଡ଼େ। ତିଥି, ବାର ଓ ନକ୍ଷତ୍ର ଅନୁସାରେ ଏହା ‘ସାମାନ୍ୟ’ ବା ‘ବିରଳ’ ହୋଇଥାଏ। ଏହି ସ୍ନାନକୁ ଓଡ଼ିଆରେ ‘ଗୋବିନ୍ଦ ଦ୍ୱାଦଶୀ ବୁଡ଼’ କୁହାଯାଏ। ଏହି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗରେ ବ୍ରତଚାରୀମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି, ମହୋଦଧିରେ ସ୍ନାନ କରି, ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରି ପରମ ପୁଣ୍ୟ ଅର୍ଜନ କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
govinda-dwadashi-bird-crowd-of-devotees-in-puri | Argus News