Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର,ଆକ୍ସନମୋଡରେ ସରକାର  

Odisha

ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର,ଆକ୍ସନମୋଡରେ ସରକାର  

Sangram Tripathy
Browse all articles by Sangram Tripathy
·1 year ago·3 min read
ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର,ଆକ୍ସନମୋଡରେ ସରକାର  

ଅର୍ଗସ ବ୍ୟୁରୋ:ଦେଶୀ ମଦ କାରବାର ଉପରେ ରୋକ ପାଇଁ ମୋହନ ସରକାର ଅଣ୍ଟା ଭିଡିଛନ୍ତି, ଆଇନମନ୍ତ୍ରୀ ରୋକଠୋକ ଶୁଣାଇଦେଇଛନ୍ତି,ବେଆଇନ ମଦ ଭାଟି ଉପରେ ବୁଲିବବୁଲଡୋଜର,ଆକ୍ସନମୋଡରେ ସରକାରଙ୍କ ଦେଖି ଛାନିଆ ହେଲେଣି ମଦ ମାଫିଆ।ଦେଶୀ ମଦ କାରବାର ଉପରେ ରୋକ ପାଇଁ ବିଜେପି କହିଛି ବେଆଇନ୍ କାରବାର ଓ ଭିତ୍ତିଭୂମି ଭାଙ୍ଗିଦେବା ଉପରେ ପଦକ୍ଷେପ । ନୂଆ ସରକାରରେ ମଦ ମୃତ୍ୟୁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ବିଜେଡ଼ି ଡ୍ରାମାର ଖୋଲୁଛି ଗୁମର । ୨୪ ବର୍ଷରେ ମଜବୁତ କରିଛନ୍ତି ବେଆଇନ ମଦ ଭିତ୍ତିଭୂମି । ବେଆଇନ ମଦ ଟଙ୍କା ବିଜେଡି ନେତାଙ୍କର ହୋଇଥିଲା ହାତ ପାଣ୍ଠି । ଚିକିଟି ମଦ ଅଭିଯୁକ୍ତଙ୍କ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ ।  ଅଭିଯୋଗ,ମଦ ବେପାରର କିଙ୍ଗପିନ ସୁରେନ୍ଦ୍ର ମଣ୍ଡଳ ଥିଲେ  ବିଜେଡି ନେତାଙ୍କ ଅତି ଖାସ। ଚିକିଟି ମଦ ଟ୍ରାଜେଡି ଖୋଲି ଦେଇଛି ପୂର୍ବ ବିଜେଡ଼ି ସରକାରର ମଦ ପ୍ରୀତିର ପୋଲ । 

 ଚିକିଟି ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ଅବକାରୀ ମନ୍ତ୍ରୀ ଏବଂ ତିନି ବିଜେପି ବିଧାୟକ । ଏମକେସିଜି ମେଡିକାଲ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୃଥୀରାଜ ହରିଚନ୍ଦନ ।  ଅବକାରୀ  ମନ୍ତ୍ରୀ କହିଛନ୍ତି  ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାର ହେବ ଆରଡିସି ସ୍ତରୀୟ ତଦନ୍ତ । ୨ ମାସ ଭିତରେ ଆସିବ ତଦନ୍ତ ରିପୋର୍ଟ । ରାଜ୍ୟ ସାରା ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବେଆଇନ ମଦ ଭାଟି । ବର୍ଷେ ଭିତରେ ଭାଙ୍ଗିବ ବେଆଇନ ମଦ ନେଟୱାର୍କ । ରାଜ୍ୟ ସାରା ରେଡ ଆରମ୍ଭ ହୋଇଛି । ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି । ୧୧୭ ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି । ମଦ ମୃତ୍ୟୁ ଘଟଣା ପାଇଁ ବ୍ରହ୍ମପୁର ଅବକାରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍ସପେକ୍ଟର ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି । ଏହାସହ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦେଇଛନ୍ତି ସରକାର ।ଆଉ ଏ ସବୁ ଭିତରେ ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଥମୁନି ରାଜନୀତି । ଆରଡିସି ତଦନ୍ତ ହେବ ବୋଲି ସରକାର କହିବା ପରେ ବି ବିଧାନସଭାରେ ଦେଖିବାକୁ ମିଳିଥିଲା ବିରୋଧୀ ବିଜେଡ଼ିର ହାଇଡ୍ରାମା । ହଟ୍ଟଗୋଳ କରି ଗୃହ ଅଚଳ କରିବା ଶାହ ଗାନ୍ଧୀ ମୂର୍ତ୍ତୀ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡ଼ି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେଡ଼ି ।  ହେଲେ  ସବୁ ନିତୀ ନିୟମକୁ ଜଳାଞ୍ଜଳି ଦେଇ ଗୋଟିଏ ୬,୭ଟି ପରିବାର ହାତରେ ଦେଶି ମଦର ଡୋରି ଦେବା ପ୍ରଶ୍ନର ଉତ୍ତର କିନ୍ତୁ ବିଜେଡି ପାଖରେ ନାହିଁ

ଦେଶୀ ମଦ ଯୋଗୁଁ ଖରାପ ହେଉଛି ଗାଁ ଗଣ୍ଡା ପରିବେଶ । ଥରେ ନଜର ପକାନ୍ତୁ ବିଷାକ୍ତ ମଦ କେମିତି ଲୋକଙ୍କ ସୁନାର ସଂସାରକୁ ଛାରଖାର କରିଦେଉଛି । ଏ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ଶଙ୍କରପୁର ଗାଁର ପୂଜା ପଣ୍ଡା । ବୟସ ମାତ୍ର ୨୫ ବର୍ଷ । ଯେଉଁ ବୟସରେ ମଥାରେ ସିନ୍ଦୂର ଝଟକିବା କଥା ଆଜି ସେ ମଥା ଶ୍ରୀହୀନ । ସୁହାଗ ଉଜାଡ଼ି ଦେଇଛି ବିଷାକ୍ତ ମଦ । ତାଙ୍କ କହିବା କଥା ଗାଁର ଦେଶୀ ମଦ ଭାଟିରୁ ବିଷାକ୍ତ ମଦ ପିଇ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ତେବେ ଏ ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଭାତ । ୨୪ ବର୍ଷ ବିଜେଡ଼ି ସମୟରେ ବେଆଇନ ଦେଶୀ ମଦ କାରବାର ଉପରେ ରୋକ ନଲାଗିବାରୁ ଏମିତି ଅନେକ ପରିବାର ଛାରଖାର ହୋଇଯାଇଛି । କିନ୍ତୁ ସେତେବେଳେ ଏ ସବୁକୁ ନବୀନ ସରକାର ଆଖି ବୁଜି ଦେଇଥିଲା । ଏବେକାର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ।

 ୨୦୦୦ ମସିହା ପୂର୍ବରୁ ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ୧୨ପ୍ରତିଶତ ରହିଥିଲା । ଏହା ସଂଖ୍ୟା ବଢ଼ି ଏବେ ୩୦ପ୍ରତିଶତ ରେ ପହଞ୍ଚିଲାଣି । ଯାହାକି ଚିନ୍ତାର ବିଷୟ । ବିଜେଡ଼ି ସରକାର ସମୟରେ ଗାଁ ଗାଁରେ ଗଢି ଉଠିଥିଲା ବେଆଇନ ମଦ ଭାଟି । ନିର୍ବାଚନ ସମୟରେ ମଦ ବାଣ୍ଟି ଭୋଟ ବ୍ୟାଙ୍କ ଯୋଗାଡ଼ କରୁଥିଲା ବିଜେଡ଼ି । ନିର୍ଦ୍ଦିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନସ। ଗତ ନଭେମ୍ବର ମାସରେ  କଂଗ୍ରେସ ସାଂସଦ ତଥା ମଦ ବେପାରୀ ଧୀରଜ ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ। ।  ଅଭିଯୋଗ ହୋଇଥିଲା କଂଗ୍ରେସ ଏଟିଏମର ସୁରକ୍ଷା କବଚ ସାଜିଥିଲା ବିଜେଡି ସରକାର। ବେଆଇନ ଦେଶୀ ମଦ ଭାଟି ଉପରେ ରାଜ୍ୟ ସରକାରଙ୍କ ଆକ୍ସନ ଉପରେ ସଭିଙ୍କ ନଜର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Govt in action mode, bulldozers on illegal liquor vats | Argus News