Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା

Odisha

ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା

Smruti Parija
Browse all articles by Smruti Parija
·1 year ago
ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ ।

ସବୁଆଡେ ଛତୁଆ ନୁହଁ ଆଂଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ଆଗକୁ ଛତୁଆ କେଳାଙ୍କାରୀ ହେବ ନାହିଁ । ପୃଷ୍ଟିକର ଛତୁଆ କେମିତି ତିଆରି ହେବ ,ସେ ନେଇ କନକ୍ଲେଭ କରାଯାଇ ଅନୁଭବି ବ୍ୟକ୍ତି ନିଷ୍ପତ୍ତି ନେବେ । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ । ଖରାପ ମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଥିବା ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
govt-is-planning-to-provide-mandia-instead-of-sattu | Argus News