ଅଣଓଡ଼ିଆଙ୍କୁ ପ୍ରେମ, ଓଡ଼ିଆଙ୍କୁ ହତାଦାର

Key Points
- ଓଡିଶା ଲୁଟ୍ କରୁଛନ୍ତି ଅଣଓଡ଼ିଆ ଠିକାଦାର
- ଓଡିଆ ଲୋକ ଦାଦନ ଖଟିବେ
- ଆଉ ତାମିଲ ଓଡିଶା ଆସି କାମ ପାଇବେ
ଅର୍ଗସ ବ୍ୟୁରୋ: ଅଣଓଡ଼ିଆଙ୍କୁ ପ୍ରେମ, ଓଡ଼ିଆଙ୍କୁ ହତାଦାର । ଆଉ ନୁହେଁ ତ କଣ ? ଏଇଠି ଓଡ଼ିଆ ଲୋକ କାମ ପାଉନାହାନ୍ତି ତାମିଲ ଲୋକ ପାଉଛନ୍ତି । କିନ୍ତୁ କାହିଁକି ପାତରଅନ୍ତର କରୁଛନ୍ତି ନବୀନ ବାବୁ ତାହା ବୁଝାପଡୁନି । ଇଏ ଏବେର କଥା ନୁହେଁ ବରଂ ବହୁପୂର୍ବର କଥା...ବାରମ୍ବାର ଅଣଓଡ଼ିଆଙ୍କୁ ସବୁ ଦେଉଛନ୍ତି କିନ୍ତୁ ଓଡ଼ିଆଙ୍କୁ ଚରମ ଅବହେଳା କରୁଛନ୍ତି । ସେଇଥି ଲାଗି ତ ବଢିଲାଣି ଅସନ୍ତୋଷ ।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାର୍ପଣ ହେଉ ଅବା କାର୍ଯ୍ୟକ୍ରମ ଜରିଆରେ ଟି ସାର୍ଟ, ଝୋଟ ବ୍ୟାଗ ଓ ସ୍କୁଲ ଡ୍ରେସ ଆଦି ବାଣ୍ଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏସବୁର ଠିକା କାମ ପାଉଛନ୍ତି ଅଣଓଡ଼ିଆ । ଆମ ରାଜ୍ୟରେ କୁଶଳୀ କାରିଗର ଥିବା ପରେ ବି କାହିଁକି ବାହାର ଲୋକଙ୍କୁ ଏତେ ଅନୁକମ୍ପା ଦେଉଛନ୍ତି ନବୀନ ବାବୁ ତାହାକୁ ନେଇ ଚର୍ଚ୍ଚା ଜୋର ।
- ଓଡିଶାରେ 20 ରୁ 40 ଛୋଟ ଛୋଟ MSME ୟୁନିଟ୍
- ହେଲେ MSME କୁ ଟେଣ୍ଡର ମିଳୁନି
- ମେଗା ଟେଣ୍ଡର୍ କରି ବାହାରକୁ ଜିନିଷ ମଗାଉଛନ୍ତି ରାଜ୍ୟ ସରକାର
ରାଜ୍ୟର ସରକାରଙ୍କ ବୈମାତିୃକ ମନୋଭାବ ଯୋଗୁଁ ଓଡିଆ ଉଦ୍ୟେଗୀ ଆଜି କ୍ଷତିରେ ରହୁଛି । ବ୍ୟାଙ୍କରୁ ଲୋନ୍ ଆଣି ୟୁନିଟ୍ ଖୋଲିଛନ୍ତି । ହେଲେ କାମ ନପାଇବାରୁ କିସ୍ତି ସୁଜି ପାରୁନାହାନ୍ତି କି କାରିଗରଙ୍କୁ ଟଙ୍କା ଦେଇ ପାରୁନାହାନ୍ତି ଓଡିଆ ଉଦ୍ୟୋଗୀ ।
ରାଜ୍ୟ ସରକାରଙ୍କର ଏବେ ସବୁ କାର୍ଯ୍ୟକ୍ରମରେ ଟି ସାର୍ଟ, ଝୋଟ ବ୍ୟାଗ ଆଦି ଦେଖୁଥିଲେ । ହେଲେ ଦୁଃଖର କଥା ଟେଣ୍ଡର ପାଇଥିଲେ ତାମିଲ ଉଦ୍ୟୋଗୀ । ଓଡ଼ିଆ ଉଦ୍ୟୋଗୀଙ୍କୁ ଭକୁଆ ବନେଇବା ପାଇଁ ଲୋକ ଦେଖାଣିଆ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର । ରାସନ କାର୍ଡ ଧାରୀଙ୍କୁ ଦିଆଯାଉଥିବା ଏହି ଝୋଟ ବ୍ୟାଗ ତାମିଲନାଡୁ କମ୍ପାନୀକୁ ସରକାର ଅର୍ଡର ଦେଇଥିଲେ । ପାଖାପାଖି 2 କୋଟି ଝୋଟ ବ୍ୟାଗ ମଗାଇଛନ୍ତି ରାଜ୍ୟ ସରକାର ।
📱 Get Argus News App
✨ଓଡିଶାରେ କ'ଣ ଉଦ୍ୟୋଗୀ ଏହି କାମ କରିପାରିନଥାନ୍ତେ ? ରାଜ୍ୟ ଠିକାଦାରଙ୍କୁ କାହିଁକି ଅଣଦେଖା କରୁଛନ୍ତି ରାଜ୍ୟ ସରକାର ? ତାମିଲନାଡୁ କମ୍ପାନୀକୁ ଅନୁକମ୍ପା , ଓଡିଶା ମହିଳା ଉଦ୍ୟୋଗୀଙ୍କୁ କାହିଁକି ନୁହେଁ ? ସ୍ଥାନୀୟ MSME ମାନଙ୍କୁ କାହିଁକି ଦେଉନାହାନ୍ତି 20 ପ୍ରତିଶତ କାମ ? ଲୋକଙ୍କୁ ରୋଜଗାର ଯୋଗାଇ ଦେଲେ ଦାଦନ ଖଟିବାକୁ କାହିଁକି ଯିବେ ?
ଓଡିଆଟିଏ ଆଜି ଓଡିଶାରେ କାମ ପାଉନି । ଦି ପଇସା ରୋଜଗାର କରିବାକୁ ବାହାର ରାଜ୍ୟ ବିହାର, ତାମିଲନାଡୁ, କେରଳରେ ଦାଦନ ଖଟୁଛି । ଆଉ ଦାଦନ ଖଟିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ କିଏ ନିଖୋଜ ହେଇଯାଉଛି । ସାରା ରାଜ୍ୟରେ ଦାଦନ ଯନ୍ତ୍ରଣାର ମାଳ ମାଳ କରୁଣ କାହାଣୀ । ସେଥିପାଇଁ ତ ବିଧାନସଭାରେ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ କହିଥିଲେ ଓଡିଆ ଲୋକ ଗାଈକୁ କୁଣ୍ଡା ଦେଉଛନ୍ତି,ଘାସ ଦେଉଛନ୍ତି । ଯତ୍ନ ନେଉଛନ୍ତି । ହେଲେ ଯେଉଁ କ୍ଷୀର ଆସୁଛି ତାକୁ ଅଣ ଓଡିଆ ଖାଇଯାଉଛନ୍ତି । ଆଉ ଆମେ ପାଉଛୁ ଗୋବର ।
ଓଡ଼ିଆ ଯୁବକ ଯୁବତୀମାନେ ଓଡ଼ିଶାରେ ରୋଜଗାର ପାଉନାହାଁନ୍ତି । ତାମିଲନାଡୁରେ ୩୯ ହଜାର ଶିଳ୍ପ କିନ୍ତୁ ଓଡ଼ିଶାର ଶିଳ୍ପ ସଂଖ୍ୟା ୩୨୦୦ । ଓଡ଼ିଆ ପିଲା ତାମିଲନାଡୁ ଯାଇ ଦାଦନ ଖଟୁଛନ୍ତି । ଆଉ ସେଠୁ ଲୋକ ଆସି ଆମ ରାଜ୍ୟ ଚଳାଉଛନ୍ତି ।
2016 ରୁ ତିନି ତିନି ଥର ମେକ ଇନ ଓଡିଶା କଲକ୍ଲେଭ ହୋଇଛି । ହେଲେ ଗତ 5 ବର୍ଷରେ FDI ରାଙ୍କରେ ସବୁଠୁ ତଳେ ଓଡିଶା । ତାମିଲନାଡୁ ସରକାର ଏଫଡିଆଇ ମାଧ୍ୟମରେ 2 ଲକ୍ଷ 83 ହଜାର ଟଙ୍କା ଆଣିପାରିଥିବାବେଳେ ଓଡିଶା ଆଣିଛି ମାତ୍ର 13 ଶହ 77 କୋଟି ଟଙ୍କା । କାଲି ସେତିକି ନୁହେଁ ଶିଳ୍ପ ସୃଷ୍ଟି କରିବା ରାଜ୍ୟରେ ବି ଆମେ ପଛରେ ।
ଓଡିଶାରୁ ଲୋକ ଯାଇ ଲୋକ ଯାଇ ତାମିଲନାଡୁରେ ଦାଦନ ଖଟୁଛନ୍ତି । ଆଉ ତାମିଲନାଡୁ ଲୋକ ଏଠି ସରକାର ଚଲାଉଛନ୍ତି । ଓଡ଼ିଶାରେ ସବୁ ସମ୍ଭାବନା ଥାଇ ବି ଲୋକଙ୍କୁ ନିଯୁକ୍ତି ଦେବାରେ ଫେଲ୍ 24 ବର୍ଷର ବିଜେଡି ସରକାର । ଆଉ ସରକାରଙ୍କ ଅପାରଗତା ଓ ବିଫଳତା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ ।
