Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ପ୍ରଥମ ବିପର୍ଯ୍ୟୟ ପରିଚାଳନାରେ ପାସ୍ ଡବଲ ଇଞ୍ଜିନ ସରକାର

Manini Pattanayak
Browse all articles by Manini Pattanayak
·1 year ago·2 min read
 ପ୍ରଥମ ବିପର୍ଯ୍ୟୟ ପରିଚାଳନାରେ ପାସ୍ ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର:  ପ୍ରଥମ ବିପର୍ଯ୍ୟୟ ପରିଚାଳନାରେ ପାସ୍ ଡବଲ ଇଞ୍ଜିନ ସରକାର। ଦେଶ ଇତିହାସର ଅନ୍ୟତମ ସର୍ବାଧିକ 6 ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର। ଓଡ଼ିଶାର ବାତ୍ୟା ପରିଚାଳନା ରେକର୍ଡ ବଜାୟ ରଖିବା ଥିଲା ବଡ଼ ପରୀକ୍ଷା। ରାତି ଉଜାଗର ରହି ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କଲେ ବାତ୍ୟା ସମୀକ୍ଷା। ବାତ୍ୟାରେ ନବୀନଙ୍କ ଜିରୋ କାଜୁଆଲିଟି ଟାର୍ଗେଟ୍ ଦେଖିଥିଲା ସାରା ବିଶ୍ବ। ନବୀନଙ୍କଠାରୁ ସୁପର ମଡେଲ କରିବା ଥିଲା ବିଜେପି ସରକାରର ଲକ୍ଷ୍ୟ ।   ପୂର୍ବରୁ ଅନେକ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। ଦନାଠାରୁ ବି ଭୀଷଣ ତଥା ପ୍ରଳୟଙ୍କାରୀ ବାତ୍ୟା ଓଡ଼ିଶା ଉପରକୁ ଆସିଛି। କିନ୍ତୁ ପ୍ରଥମ ଥର ପାଇଁ ବାତ୍ୟା ପରିଚାଳନାରେ ଶାସନ କଳର ଅଦଭୁତ ପୂର୍ବ ତତ୍ପରତା ଦେଖିଲେ ଓଡ଼ିଶାବାସୀ। ମୁଖ୍ୟମନ୍ତ୍ରୀ ରାତି ଉଜାଗର ରହି ବାତ୍ୟା ପରିଚାଳନାର ପ୍ରତ୍ୟକ୍ଷ ତଦାରଖ କରିବା ପୂର୍ବରୁ କେବେ ଦେଖିନଥିଲେ ରାଜ୍ୟବାସୀ। ରାଜସ୍ବ ତଥା ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବାତ୍ୟା ପରିଚାଳନାକୁ ସଫଳ ରୂପ ଦେବା ପାଇଁ ଦିନ ରାତି ଏକ କରିଦେଇଥିଲେ। ଉଭୟ ରାଜନୈତିକ ନେତୃତ୍ବ ଓ ଅମଲାତନ୍ତ୍ର ମଧ୍ୟରେ ଅଦ୍ଭୁତପୂର୍ବ ସମନ୍ବୟର ପରିଣାମ ସ୍ବରୂପ ଭାରତ ଇତିହାସରେ ସର୍ବାଧିକ ୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ହୋଇପାରିଛି। 

ପାର୍ସୀ ଭାଷାରୁ ଆସିଥିବା ଦାନା ଶବ୍ଦର ଅର୍ଥ ଦୟା। ଆଉ ବାତ୍ୟା ଦାନା ବି ଓଡ଼ିଶାକୁ ଦେଖାଇଲା ଦୟା। ବାତ୍ୟାର ଯେଉଁଭଳି ପ୍ରକୋପ ଆକଳନ କରାଯାଇଥିଲା ତାଠାରୁ କମ୍ ପ୍ରଭାବ ଅନୁଭୁତ ହେଲା। ହେଲେ ଡବଲ ଇଞ୍ଜିନ ସରକାର ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସମୂର୍ଣ୍ଣ ପ୍ରସ୍ତୁତି କରି ରଖିଥିଲେ। ଯେଉଁଥିପାଇଁ ବାତ୍ୟା ଲ୍ୟାଣ୍ଡଫଲ କରିବାର ୧୨ ଘଣ୍ଟା ମଧ୍ୟରେ ରାସ୍ତା ଉପରୁ ସମସ୍ତ ଗଛ ହଟାଇଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ ସଂଯୋଗକୁ ପୂନଃ ସ୍ଥାପିତ କରାଯାଇପାରିଛି। ପୂର୍ବରୁ ବାତ୍ୟାରେ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ଟାର୍ଗେଟ୍ ମଡେଲ ଦେଖିଥିଲା ସାରା ବିଶ୍ବ। କିନ୍ତୁ ବିଜେପି ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟକୁ ପୂରା କରି ଦେଖାଇଲେ। ଅର୍ଥାତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମ୍ମୁଖୀନ ହୋଇଥିବା ପ୍ରଥମ ପରୀକ୍ଷାରେ ସଫଳତାର ସହ ପାସ୍ ହୋଇଛନ୍ତି ବିଜେପି ସରକାର। ବାତ୍ୟା ପରିଚାଳନା କ୍ଷେତ୍ରରେ ପୂରା ଶାସନ ତନ୍ତ୍ରରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା। କ୍ଷୟ କ୍ଷତିର ମରାମତି ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ବି ସମାନ ଉତ୍ସାହ ଜାରିରହିବ ବୋଲି ସମସ୍ତଙ୍କର ଆଶା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt. passes double engine in first disaster management | Argus News