Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆରେ ନଥିପତ୍ର କାମ କରିବେ ସରକାରୀ କର୍ମଚାରୀ

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଆରେ ନଥିପତ୍ର କାମ କରିବେ ସରକାରୀ କର୍ମଚାରୀ

Key Points

-ରାଜ୍ୟ ଭାଷାରେ ଚାଲିବ ରାଜ୍ୟ ଶାସନ
- ଇଂରାଜୀ ନୁହେଁ ଓଡିଆରେ ଚାଲିବ ସରକାରୀ କାର୍ଯ୍ୟ
- ଓଡ଼ିଆରେ ନଥିପତ୍ର କାମ କରିବେ ସରକାରୀ କର୍ମଚାରୀ
- ପଞ୍ଚାୟତଠୁ ସଚିବାଳୟ ସବୁଠି ଓଡିଆ ବ୍ୟବହାର ବାଧ୍ୟତାମୂଳକ
- ବାବୁ ମାନଙ୍କୁ ଡାକି ପ୍ରଶିକ୍ଷଣ ଦେଲା ଓଡିଆ ଭାଷା ପ୍ରତିଷ୍ଠାନ
 

ଅର୍ଗସ ବ୍ୟୁରୋ: ଥାନା ହେଉ କି ଡାକ୍ତରଖାନା କିମ୍ବା ପଞ୍ଚାୟତ  ଅବା ସଚିବାଳୟ ସବୁଠି ଓଡିଆରେ ହେବ କାମ । ସାଧାରଣ ଓଡିଆ ଲୋକେ ବୁଝିବା ଭଳି ଶଦ୍ଦର ବ୍ୟବହାର କରି ବିଭିନ୍ନ ଚିଠି କିମ୍ବା ବିଜ୍ଞପ୍ତି ପ୍ରକାଶ କରିବେ ସରକାରୀ କର୍ମଚାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିବା ପରେ ଆରମ୍ଭ ହୋଇଛି ବିଭାଗୀୟ ତପ୍ତରତା । ସରକାରୀ ସ୍ତରରେ କିପରି ନିର୍ଭୁଲ ଭାବେ ଓଡିଆ ଭାଷାର ବ୍ୟବହାର କରାଯାଇପାରିବ ସେ ନେଇ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି ଓଡିଆ ଭାଷା ପ୍ରତିଷ୍ଠାନ  ।  ସଂସ୍କୃତି ଭବନରେ ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯକ୍ରମରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯଥା ASO , SO , ଡେସ୍କ ଅଫିସର ଙ୍କ ଠୁ ନେଇ ଅଣ୍ଡର ସେକ୍ରେଟାରୀ ପର୍ଯ୍ୟନ୍ତ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ଆଜିଠୁ ସଂସ୍କୃତି ଭବନରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ୫ ଦିନ ଧରି ଚାଲିବ । 

ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ପ୍ରତିଷ୍ଠିତ ଭାଷାବିତ୍ ତଥା ସାହିତ୍ୟିକ ମାନଙ୍କୁ ବାଛିଛି ବିଭାଗ । ବୃତ୍ତି ଗତ ଭାଷା ଏବଂ ଶବ୍ଦକୋଷ କୁ କିପରି ସୁବିନିଯୋଗ କରାଯିବ ସେନେଇ ସମସ୍ତଙ୍କୁ ଦିଆଯାଉଛି ଟ୍ରେନିଂ ।  ପ୍ରଥମ ଦିନରେ ପ୍ରଥମ ବିଷୟ ଭାବେ ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ ଓ ଓଡ଼ିଆ ଲିଖନ ର ସାଧାରଣ ଭ୍ରାନ୍ତି ଓ ନିରାକରଣ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ପରେ ପରେ ଦୀତୀୟ ବିଷୟ ପ୍ରଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ ଓ ବନାନ ସୁଧତା ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି ।

ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଓଡିଶାରେ ଓଡିଆ ଭାଷାର ଶାସନ ନିତାନ୍ତ ଆବଶ୍ୟକ । ସାଧାରଣ ଲୋକେ ଏଥିରେ ଅଧିକ ଲାଭ ପାଇବେ । ଯେଉଁଥିପାଇଁ ଅଧିକାରୀ ମାନଙ୍କୁ ଓଡ଼ିଆ ପ୍ରଶିକ୍ଷଣ ଦିଆଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

24 ବର୍ଷର ସରକାରକୁ ଶାସନ ଗାଦିରୁ ଲୋକେ ବିତାଡିତ କରିବା ସହ ରାଜ୍ୟରେ ଖଣ୍ଡି ଓଡିଆ ଶାସନ ଯୁଗର  ଅନ୍ତ ହୋଇଛି । ମୋହନ ସରକାର ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଇ ରାଜ୍ୟ ଭାଷାରେ ରାଜ୍ୟ ଶାସନ ଚଳାଇବାକୁ ଦୃଢ ନିଷ୍ପତ୍ତି ନେବା ପରେ ତାକୁ ତ୍ବରାନିତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯାହାକୁ ଓଡିଶା ଶାସନରେ ନୂଆ ସୂର୍ଯ୍ୟଦୋୟର ଝଲକ ବୋଲି କୁହାଯାଉଛି । 

Sponsored
govt-works-will-be-done-in-odia-language | Argus News