Videos
|
Odisha

୯ ବର୍ଷ ନାବାଳିକାକୁ ଦୁଷ୍କର୍ମ କଲା ଜେଜେବାପା

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
୯ ବର୍ଷ ନାବାଳିକାକୁ ଦୁଷ୍କର୍ମ କଲା ଜେଜେବାପା

Key Points

ଗତ ଶନିବାର ଦିନ ଉକ୍ତ ନାବାଳିକା ଜଣକ ସୁଧିରଙ୍କ ନାତିକୁ ଟିଉସନ ପଢା ହେବକି ନାହିଁ ପଚାରିବାକୁ ଯାଇଥିଲେ କିନ୍ତୁ ସୁଧରି ନାବାଳିକାଙ୍କୁ ତାଙ୍କ ଘରର ପଛପଟକୁ ଟାଣି ନେଇ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖା ଦୁଷ୍କର୍ମ ଉଦ୍ୟମ କରିଥିଲା ।

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କିୟ ଜେଜେବାପା। ଏମିତି ଲଜ୍ୟା କର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦ୍ଦା ଥାନା ଅନ୍ତର୍ଗତ ବେଲଦା ଗ୍ରାମରେ । ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁଧିର କୁମାର ଜେନା । ସୂଚନା ଅନୁସାରେ ଗତ ଶନିବାର ଦିନ ଉକ୍ତ ନାବାଳିକା ଜଣକ ସୁଧିରଙ୍କ ନାତିକୁ ଟିଉସନ ପଢା ହେବକି ନାହିଁ ପଚାରିବାକୁ ଯାଇଥିଲେ କିନ୍ତୁ ସୁଧରି ନାବାଳିକାଙ୍କୁ ତାଙ୍କ ଘରର ପଛପଟକୁ ଟାଣି ନେଇ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖା ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ସୁଧିରଙ୍କ ବୋହୁ ଆସି ସୁଧିରଙ୍କ ଠାରୁ ତାକୁ ଉଦ୍ଧାର କରିଥିଲେ ।


ଏବଂ ଏ ଘଟଣା କାହାକୁ କହିବୁ ନାହିଁ ବୋଲି ନାବାଳିକାକୁ ତାଗିତ କରିଥିଲେ । କିନ୍ତୁ ନାବାଳିକା ଜଣକ କାନ୍ଦି କାନ୍ଦି ବାପା ମାଆଙ୍କୁ ସବୁ କଥା ଜଣାଇ ଥିଲା । ପରିବାର ଲୋକେ ଏ ଘଟଣା ବାବଦରେ ସୁଧିରଙ୍କୁ ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଗତକାଲି ରାତିରେ ଏ ସମ୍ପର୍କରେ କମର୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ପିଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Grandfather raped 9-year-old girl | Argus News